Site icon Odisha.com

ତିରୁପତି ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୧୬(ଓଡିଶା ଡଟ୍ କମ୍)-ମଙ୍ଗଳବାର ଦିନ ହାଇଟେକ ଜମି ଠକେଇରେ ସଂପୃକ୍ତ ୩ ଜଣଙ୍କ ଜାମିନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି ।

ଜମି ସମ୍ବନ୍ଧୀୟ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଦ୍ୱାରାଗିରଫ ହୋଇଥିବା ହାଇଟେକ ଗ୍ରୁପର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ଏବଂ ତାଙ୍କ କମ୍ପାନୀର ଦୁଇ ନିର୍ଦେଶକ ତିରୁପତି ଚୌଧୁରୀ ଓ ମଧୁସୂଦନ ପାଣିଗ୍ରାହୀଙ୍କ ଅଦାଲତ ରାୟ ଶୁଣାଇ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ।

କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଗତ ଡିସେମ୍ବର ୨୫ ତାରିଖରେ ତିରୁପତି ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲେ । ଏହାପରେ କ୍ରାଇମବ୍ରାଞ୍ଚ ସେମାନଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ।

ସଂସ୍ଥାର ସୁନ୍ଦରପଦାସ୍ଥିତ ହାଉସିଂ ପ୍ରୋଜେକ୍ଟରେ ଠକେଇ ହୋଇଥିବା ନେଇ କ୍ରାଇମବ୍ରାଞ୍ଚରେ ପ୍ରଥମେ ଅଭିଯୋଗ ହୋଇଥିଲା । କ୍ରାଇମବ୍ରାଞ୍ଚ ପକ୍ଷରୁ ୧୮ଟି ବ୍ୟାଙ୍କରେ ଥିବା ୧୪୮ଟି ଆକାଉଣ୍ଟକୁ ସିଲ କରାଯାଇଥିଲା ।

ଓଡିଶା ଡଟ୍ କମ୍

 

Exit mobile version