Site icon Odisha.com

ପାଇଖାନା ତିଆରି ପାଇଁ ମମତା ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୧୬(ଓଡିଶା ଡଟ୍ କମ୍)-‘ମମତା’ ହିତାଧିକାରୀଙ୍କୁ ପାଇଖାନା ପାଇଁ ମିଳିବ ୧୦ହଜାର ଟଙ୍କା । ମଙ୍ଗଳବାର ଦିନ ସଚିବାଳୟଠାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଶାସନ ସଚିବ ବିଜୟକୁମାର ପଟ୍ଟନାୟକ ଏହି ସୂଚନା ଦେବା ସହ ଏହି ମଡେଲ ଅନ ରାଜ୍ୟରେ ପ୍ରଚଳନ ସପକ୍ଷରେ କମିଶନର ସୁପାରିଶ କରିଥିବା ସୂଚନା ଦେଇଥିଲେ ।

ମମତା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ଘର ଭିତରେ ପାଇଖାନା କଲେ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇଦିଆଯିବା ସହ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୦ହଜାର ଟଙ୍କା ପଠାଇ ଦିଆଯିବ ।

୨୦୧୨ ନଭେମ୍ବର ସୁଦ୍ଧା ୬.୩୨ଲକ୍ଷ ମହିଳାଙ୍କୁ ମମତା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଇ-ଟ୍ରାନ୍ସଫର ବ୍ୟବସ୍ଥାରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୭୨କୋଟି ଟଙ୍କା ପଠାଯାଇଛି ।

ଓଡିଶା ଡଟ୍ କମ୍

Exit mobile version