Site icon Odisha.com

ସରକାରୀ ଜମି ଆବଣ୍ଟନ ପାଇଁ ଖୁବଶୀଘ୍ର ସ୍ୱତନ୍ତ୍ର ନୀତି

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୧୬(ଓଡିଶା ଡଟ୍ କମ୍)- ସହରାଞ୍ଚଳରେ ସରକାରୀ ଜମି ଆବଣ୍ଟନ ନେଇ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ନୂଆଦିଲ୍ଲୀରେ ଥିବା ଆଇନ ଉପରେ ଅନୁଧ୍ୟାନ କରାଯିବାକୁ ମଙ୍ଗଳବାର ଦିନ କ୍ୟାବିନେଟ ସବ-କମିଟି ବୈଠକରେ ନିଷ୍ପତି ନିଆଯାଇଛି ।

ଏସବୁ ସ୍ଥାନରେ ଥିବା ନିୟମ ଅନୁଧ୍ୟାନ କରାଯାଇ ମାସକ ପରେ ସବ କମିଟି ବୈଠକରେ ନୀତି ପ୍ରସ୍ତୁତି ନେଇ ଆଲୋଚନା କରାଯିବ । କ୍ୟାବିନେଟ ସବ-କମିଟି ଚିଠା ପ୍ରସ୍ତାବ ଦେବେ ।

ଏହି ନୀତି ବଳରେ ବାସଗୃହ ପାଇଁ ଗରିବ ଲୋକମାନେ ସ୍ୱଳ୍ପ ମୂଲ୍ୟରେ ଜମି ପାଇପାରିବେ । ବିଭିନ୍ନ ସଂସ୍ଥା ଓ ବିଲଡରଙ୍କୁ ନିଲାମ ବ୍ୟବସ୍ଥା ମାଧ୍ୟମରେ ସରକାରୀ ଜମି ଯୋଗାଇ ଦିଆଯିବ । ବିଡିଏ, ହାଉସିଂବୋର୍ଡ଼ ଏବଂ ଇଡକୋ ମଧ୍ୟ ଏହି ବ୍ୟବସ୍ଥା ମୁତାବକ ଜମି ନେବେ ।

ନିମ୍ନ ମଧ୍ୟବିିତ ପରିବାରକୁ ଭୁବନେଶ୍ୱରରେ ବାସ ଗୃହ ପାଇଁ ସୁବିଧାରେ ଓ ସୁଲଭ ମୂଲ୍ୟରେ ଜମି ମିଳିପାରିବ । ରାଜ୍ୟ ସରକାର ବିଡିଏ ଅଧୀନରେ ଥିବା ସରକାରୀ ଜମି ପାଇଁ ଏଭଳି ଏକ ନୂଆ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି ।

ଏଥିପାଇଁ ଗଠନ କରାଯାଇଥିବା କ୍ୟାବିନେଟ ସବ କମିଟି ବୈଠକ ଶେଷରେ କମିଟି ଅଧ୍ୟକ୍ଷ ରାଜସ୍ୱମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି ।

ବୈଠକରେ କ୍ୟାବିନେଟ ସବ କମିଟି ସଦସ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କଳ୍ପତରୁ ଦାସ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ରଘୁନାଥ ମହାନ୍ତି, ଶିଳ୍ପ ମନ୍ତ୍ରୀ ନିରଞ୍ଜନ ପୂଜାରୀ ,ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ରାଜସ୍ୱ ସଚିବ, ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ସଚିବ, ଇଷ୍ଟେଟ ନିର୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

Exit mobile version