Site icon Odisha.com

ଦନ୍ତାହାତୀ ଆକ୍ରମଣରେ ମହିଳା ମୃତ୍ୟୁ

ଓଡିଶା ଡଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ଜାନୁଆରୀ ୧୭(ଓଡିଶା ଡଟ୍ କମ୍)-ବୁଧବାର ମଧ୍ୟରାତ୍ରିରେ ଗୋଟିଏ ବଣୁଆ ଦନ୍ତାହାତୀ କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ନେଙ୍କଡା ଘର ନିକଟସ୍ଥ ଜାମୁନାଳିଆ ଗ୍ରାମରେ ପଶି ଘରଦ୍ୱାର ଭାଙ୍ଗିବା ସହ ଖାଦ୍ୟଶସ୍ୟ ଖାଇଯାଇଥିଲା ।

ଦନ୍ତାହାତୀ ଆକ୍ରମଣରେ ଘରର କାନ୍ଥ ପଡିଯିବାରୁ ଘରେ ଶୋଇଥିବା ମଙ୍ଗଳି ମୁଣ୍ଡା ଚାପିହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ତାର ୧୫ ଦିନର ନବଜାତ ଶିଶୁଙ୍କ ସମେତ ମୃତ ମହିଳାଙ୍କ ମା ରଜନୀ ମୁଣ୍ଡା,ତାଙ୍କ ଶାଶୁ ବାଲା ମୁଣ୍ଡା ଓ ସଂପର୍କୀୟ ଶ୍ରୀମତୀ ମୁଣ୍ଡା ଗୁରୁତ୍ୱର ଆହତ ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକତ୍ସାଧିନ ଥିବା ଜଣା ପଡିଛି ।

ଦନ୍ତାହାତୀ ଉତ୍ପାତ ସଂପର୍କରେ ଗ୍ରାମବାସୀମାନେ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ତୁରନ୍ତ ଖବର ଦେଇଥିଲେ ମଧ୍ୟ ଜଙ୍ଗଲ ବିଭାଗ କର୍ମଚାରୀମାନେ ବିଳମ୍ବରେ ଘଟଣାସ୍ଥଳକୁ ଯାଇଥିବା ଓ କ୍ଷତିପୂରଣ ଦାବୀରେ ଉତ୍ୟକ୍ତ ଗ୍ରାମବାସୀମାନେ ଜାତୀୟ ରାଜପଥ ୨୧୫କୁ ନେଙ୍କଡାଘର ଠାରେ ଘଣ୍ଟାଘଣ୍ଟାଧରି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version