Site icon Odisha.com

ବାନ୍ଧଶିଳ୍ପୀ ସୁରେନ୍ଦ୍ର ମେହେରଙ୍କୁ ୟୁନେସ୍କୋ ପୁରସ୍କାର

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜାନୁଆରୀ ୧୭(ଓଡିଶା ଡ଼ଟ୍ କମ୍ )-ପଶ୍ଚିମ ଓଡ଼ିଶାର ବିଶ୍ୱବିଖ୍ୟାତ ସମ୍ବଲୁରୀ ବାନ୍ଧ ଓ ବୟନ କଳାର ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ, ବିଶିଷ୍ଟ ବାନ୍ଧଶିଳ୍ପୀ ସୁରେନ୍ଦ୍ର ମେହେରଙ୍କୁ ସମ୍ମାନ ଜନକ ‘ୟୁନେସ୍କୋ’ ପୁରସ୍କାର ୨୦୧୨ ଦିଆଯାଇଛି ।

ଏ ବର୍ଷ ଏହି ପୁରସ୍କାରର ଆୟୋଜକ ଥିଲେ “ୟୁନେସ୍କୋ-ବେଙ୍କକ୍” ଏବଂ ମାଲେସିଆ ସରକାରଙ୍କ ସଂସ୍କୃତି ବିଭାଗ । ସମଗ୍ର ପଶ୍ଚିମ ଏସିଆରୁ ଭାରତର ଆଠ ଜଣ ଶିଳ୍ପୀ ଏହି ମର୍ଯ୍ୟାଦାପୁର୍ଣ୍ଣ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଶ୍ରୀ ମେହେର ଏହା ପୁର୍ବରୁ ୨୦୦୬ ଏବଂ ୨୦୦୭ ମସିହାରେ ୨ଥର ୟୁନେସ୍କୋ ପୁରସ୍କାର ପାଇଅଛନ୍ତି । ଏହାର ଆୟୋଜକ ଥିଲେ ୟୁନେସ୍କୋ ଓ କ୍ରା୍ଟ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ଏବଂ ୟୁନେସ୍କୋ ଓ ଲୋକଭିର୍ସା-ପାକିସ୍ଥାନ । ସମଗ୍ର ଭାରତ ବର୍ଷରେ ତିନି ଥର ଏହି ପୁରସ୍କାରରେ ସମ୍ମାନୀତ ହେବାରେ ଶ୍ରୀ ମେହେର ହେଉଛନ୍ତି ପ୍ରଥମ ।

ସେ ୧୯୯୧ ମସିହାରେ ଏହି କଳାରେ ଭାରତ ସରକାରଙ୍କ ଠାରୁ ଜାତୀୟ ପୁରସ୍କାର ପାଇଛନ୍ତି । ଶ୍ରୀ ମେହେର ହେଉଛନ୍ତି ବାନ୍ଧକଳାର ପ୍ରବାଦ ପୁରୁଷ ପଦ୍ମଶ୍ରୀ, ଶିଳ୍ପଗୁରୁ କୁଞ୍ଜ ବିହାରୀ ମେହେରଙ୍କ ପୁତ୍ର ।

ପ୍ରକାଶ ଥାଉକି, ୨୦୦୬ ମସିହାରେ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଶାନ୍ତିଲତା ମେହେର ଏବଂ ୨୦୧୦ ମସିହାରେ ତାଙ୍କ ସୁପୁତ୍ର ଶ୍ରୀ ତନ୍ମୟାନନ୍ଦ ମେହେର ମଧ୍ୟ ଏହି ବାନ୍ଧ ଓ ବୟନ କଳାର ଶ୍ରେଷ୍ଠତା ପାଇଁ ଜାତୀୟ ପୁରସ୍କାର ପାଇ ରାଷ୍ଟ୍ରପତିଙ୍କ ପାଖରୁ ସମ୍ମାନୀତ ହୋଇଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ ।

ଓଡ଼ିଶା ଡ଼ଟ୍ କମ୍

Exit mobile version