Site icon Odisha.com

ରାଜସ୍ଥାନରେ ନାଲକୋର ଦ୍ୱିତୀୟ ପବନଚାଳିତ ବିଦ୍ୟୁତ ପ୍ରକଳ୍ପ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧୭(ଓଡିଶା ଡଟ୍ କମ୍)- ବିବିଧୀକରଣ ଯୋଜନାର ଅଂଶ ଭାବେ ନବରତ୍ନ ଉଦ୍ୟୋଗ ନ୍ୟ।ସନାଲ ଆଲୁମିନିୟମ କଂପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଅନ୍ୟ ଧାତୁ ତଥା ଶକ୍ତି କ୍ଷେତ୍ରରେ ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ଉଦ୍ୟମ ହେଉଛି ।

ଏହି କ୍ରମରେ, ରାଜସ୍ଥାନର ଜୟସାଲମେର ଜିଲ୍ଲା ଅନ୍ତର୍ଗତ ଲୁଦାୱାର ଠାରେ କଂପାନୀ ୪୭.୬ ମେଗାୱାଟ କ୍ଷମତା ବିଶିଷ୍ଟ ଦ୍ୱିତୀୟ ପବନଚାଳିତ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଯାଉଛି ।

୨୮୩ କୋଟି ଟଙ୍କା ପୁଞ୍ଜିନିବେଶରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପଟି ମେସର୍ସ ଗମେସା ୱିଣ୍ଡ ଟର୍ବାଇନ୍ସ ପ୍ରାଇଭେଟ ଲିମିଟେଡ ଦ୍ୱାରାକାର୍ଯ୍ୟାନ୍ୱିତ ହେବ । ଏହି ପ୍ରକଳ୍ପରେ, ପ୍ରତ୍ୟେକ ୮୫୦ କିଲୋୱାଟ ରେଟିଂ ବିଶିଷ୍ଟ ୫୬ଟି ୱିଣ୍ଡ ଟର୍ବାଇନ ସ୍ଥାପିତ ହେବ ।

ନାଲକୋର ନିଦେ୍ର୍ଧଶକ (ପି ଆଣ୍ଡ ଟି) ଶ୍ରୀ ଏନ. ଆର. ମହାନ୍ତି, ଜାନୁୟାରୀ ୧୨ ତାରିଖରେ ଏହି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ, କଂପାନୀର କାର୍ଯ୍ୟ ନିର୍ବାହୀ ନିଦେ୍ର୍ଧଶକ (ପି ଆଣ୍ଡ ଟି) ଶ୍ରୀ ଏସ.କେ. ଦାଶ ଉପସ୍ଥିତ ଥିଲେ ।

ଅଣପାରମ୍ପାରିକ ତଥା ନବୀକରଣଯୋଗ୍ୟ ଶକ୍ତି ଉତ୍ସର ବିନିଯୋଗ ଦିଗରେ ନାଲକୋର ଏହା ଦ୍ୱିତୀୟ ପଦକ୍ଷେପ ଅଟେ । ଏହାଦ୍ୱାରା କଂପାନୀକୁ ସରକାରଙ୍କ ତରଫରୁ ଆର୍ଥିକ ଲାଭ ମିଳିପାରିବ । ଏହି ପ୍ରକଳ୍ପଟି ଆଗାମୀ ୮ ମାସରେ ସଂପୂର୍ଣ୍ଣ ହେବ ।

ଏଥି ପୂର୍ବରୁ, ଗତ ଡିସେମ୍ବର ୩୦ ତାରିଖରେ, ଆନ୍ଧ୍ରପ୍ରଦେଶର କଡପା ଜିଲ୍ଲା ଅନ୍ତର୍ଗତ ଗଣ୍ଡିକୋଟାଠାରେ କଂପାନୀର ୫୦.୪ ମେଗାୱାଟ କ୍ଷମତା ବିଶଷ୍ଟ ପ୍ରଥମ ପବନଚାଳିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି ।

ଏହି ପ୍ରକଳ୍ପ ଅଧିନରେ, ୨୭୪ କୋଟି ଟଙ୍କା ପୁଞ୍ଜିନିବେଶରେ ପ୍ରତ୍ୟେକ ୨.୧ ମେଗାୱାଟ୍‍ କ୍ଷମତାର ୨୪ଟି ୱିଣ୍ଡ ଟର୍ବାଇନ ସ୍ଥାପିତ ହୋଇଛି । ମେସର୍ସ ସୁଜଲନ ଏନର୍ଜୀ ଲିମିଟେଡ ଦ୍ୱାରାଏହି ପ୍ରକଳ୍ପଟି କାର୍ଯ୍ୟ।ନ୍ୱିତ ହୋଇଥିଲା ।

ଓଡିଶା ଡଟ୍ କମ୍

Exit mobile version