• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଠିକାଦାରଙ୍କ ମୃତ୍ୟୁକୁ ନେଇ ଆଇଓସିଏଲରେ କାର୍ଯ୍ୟ ବନ୍ଦ

January 20, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଜଗତସିଂପୁର, ଜାନୁଆରୀ ୨୦(ଓଡିଶା ଡଟ୍ କମ୍)-ଜଣେ ଠିକାଦାରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପାରାଦ୍ୱୀପ ତୈଳ ବିଶୋଧନାଗାରରେ ଶନିବାର ଦିନ ଲଙ୍କାକାଣ୍ଡ ଘଟିଛି  । ଘଟଣାକୁ ନେଇ ଆଇଓସିଏଲରେ କାର୍ଯ୍ୟ ବନ୍ଦ ହୋଇଯାଇଛି  ।

indianoilcampus

କୁଜଙ୍ଗ ବ୍ଲକ ତ୍ରିଲୋଚନପୁର ଗାଁର ସଂଜୟ ପାଳ ଆଇଓସିଏଲ୍ ପ୍ରକଳ୍ପର ଆଇଓଟେପ୍ ଇନଫ୍ରା କମ୍ପାନୀରେ ଠିକାକାମ କରୁଥିଲେ । ରାତିରେ କାର୍ଯ୍ୟ ଚାଲୁଥିବାରୁ ସେ ଗତକାଲି ରାତିରେ ଘରକୁ ନଫେରି କମ୍ପାନୀ ପରିସରରେ ରହିଯାଇଥିଲେ ।

ଶନିବାର ସକାଳେ ଶ୍ରମିକମାନେ କାମ କରିବାକୁ କମ୍ପାନୀ ଭିତରକୁ ଯିବାବେଳେ ସଞ୍ଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ୯ନଂ. ଟାଙ୍କି ସିଡିିରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ସଞ୍ଜୟଙ୍କ ମୃତ୍ୟୁ ଖବର ବିଦ୍ୟୁତ ବେଗର ପ୍ରଚାର ହୋଇଯାଇଥିଲା ।

ଖବରପାଇ ନିକଟସ୍ଥ ତ୍ରିଲୋଚନପୁର ଗାଁର ହଜାର ହଜାର ମହିଳା ଓ ପୁରୁଷ ଆଇଓସିଏଲ୍ ଫାଟକ ନିକଟରେ ପହଞ୍ଚିଥିଲେ । ଶ୍ରମିକମାନେ ମଧ୍ୟ ଫାଟକ ନିକଟରେ ଏକତ୍ର ହୋଇଥିଲେ ।

ଲୋକେ ସଞ୍ଜୟଙ୍କ ମୃତଦେହ ଦେଖିବାକୁ ଚାହିଁଥିଲେ ମଧ୍ୟ ସିଆଇଏସଏଫ ଯବାନ ସେମାନଙ୍କୁ କମ୍ପାନୀ ଭିତରକୁ ଛାଡିନଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକ ଓ ଶ୍ରମିକଙ୍କ ସହ ସିଆଇଏସଏଫ୍ ଯବାନଙ୍କ ପାଟିତୁଣ୍ଡ ହୋଇଥିଲା ।

ଉତ୍ୟକ୍ତ ଲୋକେ ୧ନମ୍ବର ଫାଟକ ନିକଟରେ ଧାରଣାରେ ବସି ପ୍ରକଳ୍ପ ଭିତରକୁ କାହାରିକୁ ଛାଡିନଥିଲେ । ଫାଟକ ନିକଟରୁ ଉଠାଇବା ପାଇଁ ସିଆଇଏସଏଫ୍ ଯବାନ ଲୋକଙ୍କୁ ଅନୁରୋଧ କରି ବିଫଳ ହେବାପରେ ଲାଠିମାଡ କରିଥିଲେ ।

ଜବାବରେ ଲୋକେ ମଧ୍ୟ ଢେଲାପଥର ମାଡ କରିଥିଲେ । ପରିସ୍ଥିତି ଅଧିକ ଜଟିଳ ହେବାରୁ ଯବାନ ମାନେ ୩ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ । ଗୁଳିଚାଳନା ଦେଖି ଲୋକମାନେ ଜୀବନ ବିକଳରେ କିଏ କୁଆଡେ ଦୌଡି ପଳାଉଥିବାବେଳେ ସିଆଇଏସଏଫ୍ ଯବାନ ଶ୍ରମିକଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ ।

ଏଥିରୁ ମହିଳା ବି ବାଦ ପଡିନଥିଲେ । ଲାଠିମାଡରେ ୨୫ରୁ ଅଧିକ ଶ୍ରମିକ ଓ ସ୍ଥାନୀୟ ଲୋକ ଆହତ ହୋଇଥିବାବେଳେ ଢେଲା ମାଡ଼ରେ ୫ଜଣ ସିଆଇଏସଏଫ୍ ଯବାନ ମଧ୍ୟ ଆହତ ହୋଇଛନ୍ତି ।

ଏହି ଘଟଣା ପ୍ରତିବାଦରେ ମା’ ବୈଦେହୀ ଶ୍ରମିକ ସଂଘ ସହ ବିଭିନ୍ନ ଶ୍ରମିକ ସଂଘ ପକ୍ଷରୁ ଆଇଓସିଏଲ ସମ୍ମୁଖରେ ଧାରଣା ଚାଲିଛିି ।

ସଂଘର ନେତା ରାକେଶ ପଟ୍ଟନାୟକ ଓ ବାବୁରାମ ଚୌଧୁରୀଙ୍କ ନେତୃତ୍ୱରେ ହଜାରେରୁ ଅଧିକ ଶ୍ରମିକ ଓ ସ୍ଥାନୀୟ ଲୋକ ଧାରଣାରେ ବସି ମୃତ ଠିକାଦାରଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ, ତଦନ୍ତ ଦାବି କରିବା ସହ ଆଇଓସିଏଲ୍ ପ୍ରକଳ୍ପ ସୁରକ୍ଷା ଦାୟିତ୍ୱରୁ ସିଆଇଏସଏଫ୍କୁ ବରଖାସ୍ତ କରିବାକୁ ଦାବି କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: ଆଇଓସିଏଲ, କୁଜଙ୍ଗ ବ୍ଲକ, ତୈଳ ବିଶୋଧନାଗାର, ପାରାଦ୍ୱୀପ, ମା’ ବୈଦେହୀ ଶ୍ରମିକ ସଂଘ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version