Site icon Odisha.com

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ,୨୦(ଓଡିଶା ଡଟ୍ କମ୍ )-ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର । ୧୧ଦିନ ବନ୍ଦ ରହିବାପରେ ସୋମବାର ଖୋଲିବ ବିଶ୍ୱପ୍ରସିଦ୍ଧ ଭିତରକନିକା ଅଭୟାରଣ୍ୟ । ଯିଏକି ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।

କିନ୍ତୁ ଏବେ ପର୍ଯ୍ୟଟକଙ୍କ ପାଇଁ କିଛି କଟକଣା ଲଗାଯାଇଛି । ଏହି ଜାତୀୟ ଉଦ୍ୟାନରେ ପ୍ରବେଶ କରିବା ପାଇଁ ଫଟୋ ପରିଚୟ ପତ୍ର ଏବେ ବାଧ୍ୟତାମୂଳକ । ସ୍କୁଲ ପିଲାମାନେ ଆଇଡିଂଟି କାର୍ଡ ଦେଖାଇଲେ ଚଳିବ । ପର୍ଯ୍ୟଟକମାନେ ଦିନରେ ବୁଲିବେ । କାରଣ ଏବେ ଡାଙ୍ଗମାଳରେ ରାତ୍ରୀ ରହଣିକୁ ବାରଣ କରାଯାଇଛି ବୋଲି ରାଜନଗର ଡିଏଫ୍ଓ ମନୋଜ କୁମାର ମହାପାତ୍ର କହିଛନ୍ତି ।

ସୂଚନା ଯୋଗ୍ୟ ଯେ,ଶହଶହ ପର୍ଯ୍ୟଟକ ଏଠାକୁ ଦୈନିକ ଆସୁଥିବାବେଳେ ୯ ତାରିଖ ରାତ୍ରିରେ କିଛି ମଦ୍ୟପ ଯୁବକ ଗଣ୍ଡଗୋଳ କରିବା ସହ ବନକର୍ମଚାରୀଙ୍କୁ ମାଡ଼ ମାରିଥିବା ହେତୁ ଡାଙ୍ଗମାଳ ଅଞ୍ଚଳରେ ଉତେଜନା ଦେଖାଦେଇଥିଲା । ଫଳରେ ବନ ବିଭାଗ ଭିତରକନିକାକ ବନ୍ଦ ରଖି ଥିଲେ ।

ଓଡିଶା ଡଟ୍ କମ୍

Exit mobile version