• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସାମ୍ବାଦିକ ପ୍ରତାପ ମହାନ୍ତି ଫିନ୍ସ ର ସାଧାରଣ ସଂପାଦକ

January 20, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ,୨୦(ଓଡିଶା ଡଟ୍ କମ୍)-ଆଜି “ଫିନ୍ସ” ର ଓଡିଶା ଶାଖା ଗଠନ କରାଯାଇଛି । ଏଥିରେ ସଭାପତି ଭାବେ ଅବସର ପ୍ରାପ୍ତ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ମିଶ୍ର, ଉପସଭାପତି ଭାବେ କର୍ଣ୍ଣେଲ କ୍ରୀଷ୍ଣ ମୋହନ ଆଚାର୍ଯ୍ୟ, ସାଧାରଣ ସଂପାଦକ ଭାବେ ବରିଷ୍ଠ ସାମ୍ବାଦିକ ପ୍ରତାପ ମହାନ୍ତି ଓ କୋଷାଧ୍ୟକ୍ଷ ଉମେଶ ଖଣ୍ଡେଲୱାଲ ପ୍ରମୁଖ ଦଦାୟିତ୍ୱ ନିର୍ବାହ କରିଛନ୍ତି ବୋଲି ସଂଗଠନର ମିଡିଆସେଲ ରାଜ୍ୟ ସଂପାଦକ ଶ୍ରୀ ଅଶୋକ ସାହୁ ପ୍ରକାଶ କରିଛନ୍ତି ।

pratap

ଏହି ଅବସରରେ ଭୁବନେଶ୍ୱରସ୍ଥିତ ରେଡକ୍ରସ ଭବନ ସମ୍ମୀଳନୀ କକ୍ଷରେ “ଓଡଶା ଉପକୂଳ ଓ ସୁରକ୍ଷା” ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଯୋଗଦେଇ ଅବସରପ୍ରାପ୍ତ ଲେଫ୍ଟନାଂଟ ଜେନେରାଲ ଶ୍ରୀ ଭେଙ୍କଟେଶ୍ୱର ମାଧବ ପାଟିଲ୍ ଦେଶର ସୁରକ୍ଷା ବିଷୟରେ ଆଲୋକପାତ କରିଥିଲେ ।

ସୀମା ସମସ୍ୟା ବିଶେଷତଃ ଅନ୍ତଃ ରାଷ୍ଟ୍ରୀୟ ଜଳ ସୀମା ପ୍ରତି ଚୀନପଟୁ ବିପଦ ଥିବାର ସତର୍କ କରାଇ ଦେଇଥିଲେ । ଓଡିଶା ଉପକୂଳରେ ଚାନ୍ଦିପୁର ଘାଟିର ଅବସ୍ଥିତ ଓଡିଶା ପ୍ରତି ବିପଦ ସଂକୁଳ ପରିବେଶ ସୃଷ୍ଟି କରୁଛି ବୋଲି ପ୍ରକାଶକରି ସେ ଉପଯୁକ୍ତ ବ୍ୟବସ୍ଥା ବିଷୟରେ ସମ୍ୟକ ଆଲୋଚନା କରିଥିଲେ ।

ଅବସରପ୍ରାପ୍ତ ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ମିଶ୍ର ନକ୍ସଲ ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ବାଂଲାଦେଶୀମାନଙ୍କ ଅନୁପ୍ରବେଶ ସଂପର୍କରେ ଚେତାଇ ଦେଇଥିଲେ ।

ସୁରକ୍ଷା ବିଶେଷଜ୍ଞ ଶ୍ରୀ ଇନ୍ଦ୍ରେଶ କୁମାର ସୀମା ସୁରକ୍ଷା ଓ ଅନୁପ୍ରବେଶ ଉପରେ ସ୍ୱତନ୍ତ୍ର ଆଲୋକପାତ କରିଥିଲେ । ଜାଲନୋଟ କାରବାର ଓ ନିଶା ଦ୍ରବ୍ୟର ଅବାଧ ଚାଲାଣ ସୀମାର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୀମାରେ ସେନା ଓ ଅର୍ଦ୍ଧ ସୈନିକ ବଳଙ୍କର ଯେତିକି ଆବଶ୍ୟକତା ଅଛି,ସେଠାରେ ବାସ କରୁଥିବା ଜନସାଧାରଣଙ୍କର ମଧ୍ୟ ସେତିକି ଭୂମିକା ରହିଛି ।

ଦେଶର ସ୍ୱତନ୍ତ୍ର ବାହ୍ୟସୁରକ୍ଷା, ଆଭ୍ୟନ୍ତରୀଣ ସୁରକ୍ଷା ଓ ସୀମା ସୁରକ୍ଷା ଉପରେ ସ୍ୱତନ୍ତ୍ରନୀତି ପ୍ରଣୟନ ପାଇଁ ଫିନ୍ସ ଦାବୀ କରେ ବୋଲି ଯୁକ୍ତି ବାଢିଥିଲେ । କୌଣସି ଆତଙ୍କବାଦୀ ହତିୟାର ସହ ଦେଶରେ ନପଶନ୍ତୁ, ଯଦି ଅଛନ୍ତି ସେମାନେ ବଞ୍ଚି ନ ରହନ୍ତୁ । ସେଥିପାଇଁ ସ୍ୱତନ୍ତ୍ରନୀତି ପ୍ରଣୟନ ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଜାଲନୋଟ, ନିଶା ଦ୍ରବ୍ୟ, ରେଡକ୍ରସ ଭବନ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version