Site icon Odisha.com

ଲୋକପାଳ ଜଷ୍ଟିସ ପି.କେ ପାତ୍ରଙ୍କ ପରଲୋକ

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୨୩(ଓଡିଶା ଡଟ୍ କମ୍)-ରାଜ୍ୟର ଲୋକପାଳ ଜଷ୍ଟିସ ପି.କେ ପାତ୍ରଙ୍କର ମଙ୍ଗଳବାର ସନ୍ଧ୍ୟାରେ କଟକ ବଡ଼ ଡାକ୍ତରଖାନାରେ ହୃଦଘାତରେ ପରଲୋକ ହୋଇଯାଇଛି ।

ତାଙ୍କୁ ୭୩ବର୍ଷ ବୟସ ହୋଇଥିଲା । ମଧୁମେହ ରୋଗରେ ଗୁରୁତର ଆକ୍ରାନ୍ତ ହୋଇ ଗତ ୧୮ତାରିଖରେ ବଡ଼ ଡାକ୍ତରଖାନାରେ ଭର୍ତି ହୋଇଥିଲେ ।

ଓଡ଼ିଶା ହାଇକୋର୍ଟର ବିଚାରପତି ରୂପେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ । ବିଚାରପତି ପଦରୁ ଅବସର ଗ୍ରହଣ କରିବା ପରେ ଜଷ୍ଟିସ ପାତ୍ର କଳିଙ୍ଗନଗର ଗୁଳିକାଣ୍ଡ ତଦନ୍ତ କମିଶନର ଅଧ୍ୟକ୍ଷ ରୂପେ କାର୍ଯ୍ୟ କରିଥିଲେ ।

ଲୋକପାଳ ଜଷ୍ଟିସ ଶରତଚନ୍ଦ୍ର ମହାପାତ୍ରଙ୍କ ବିୟୋଗ ପରେ ଜଷ୍ଟିସ ପାତ୍ରଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଥିଲା ।

ଓଡିଶା ଡଟ୍ କମ୍

Exit mobile version