Site icon Odisha.com

ନାଲକୋ ପକ୍ଷରୁ ବାର୍ଷିକ ବସନ୍ତ ପୁଷ୍ପ ପ୍ରଦର୍ଶନୀ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୨୪(ଓଡିଶା ଡଟ୍ କମ୍ )- ନ୍ୟାସନାଲ ଆଲୁମିନିୟମ କଂପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଜାନୁୟାରୀ ୨୨ ଓ ୨୩ ତାରିଖରେ ଭୁବନେଶ୍ୱର ସ୍ଥିତ ନାଲକୋ ନଗର ପରିସରରେ ବାର୍ଷିକ ବସନ୍ତ ପୁଷ୍ପ ପ୍ରଦର୍ଶନୀ ଅୟୋଜିତ ହୋଇଥିଲା । ଚଳିତ ବର୍ଷ, ୨୨ଟି ଅନୁଷ୍ଠାନ ଏବଂ ୯୮ ଜଣ ବ୍ୟକ୍ତିଗତ ଭାବେ ୧୪୬ ଟି ବିଭାଗରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ଗତ କାଲି ଆୟୋଜିତ ଉଦଯାପନୀ ଉତ୍ସବରେ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ, ଭାରତ ସରକାର ଶ୍ରୀ ଜେ.କେ. ତିୱାରୀ, ଆଇଏଫଏସ, ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ।

ଏହି ଅବସରରେ, କଂପାନୀର ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଂଶୁମାନ ଦାସ, ନିର୍ଦ୍ଦେଶକ (ଉତ୍ପାଦନ) ଶ୍ରୀ ଏସ.ଏସ. ମହାପାତ୍ର ଏବଂ ନିର୍ଦ୍ଦେଶକ (ମାନବସମ୍ବଳ) ଶ୍ରୀ ଏସ.ସି. ପାଢୀ ମଧ୍ୟ ଯୋଗ ଦେଇ ବିଭିନ୍ନ ବିଭାଗର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ଅନୁଷ୍ଠାନଗୁଡିକ ମଧ୍ୟରେ ସିଭି ରମଣ କଲେଜ ଅଫ ଇଞ୍ଜିନିୟରିଂ ଚମ୍ପିଅନ ଆଖ୍ୟା ଲାଭ କରିଥିବା ବେଳେ ବ୍ୟକ୍ତିଗତ ବର୍ଗରେ ଗାର୍ଗୀ କୌଲ ବିଜେତା ହୋଇଥିଲେ ।

ପୂର୍ବରୁ, କମ୍ପାନୀର ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଂଶୁମାନ ଦାସ ଏହି ପ୍ରଦର୍ଶନୀର ଉଦଘାଟନ କରିଥିଲେ । ଏହି ଅବସରରେ, ଶ୍ରୀ ଏସ.ଏସ. ମହାପାତ୍ର, ନିର୍ଦ୍ଦେଶକ (ପି ଆଣ୍ଡ ଟି) ଶ୍ରୀ ଏନ. ଆର. ମହାନ୍ତି ଏବଂ ଶ୍ରୀ ଏସ.ସି. ପାଢୀ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

Exit mobile version