Site icon Odisha.com

ବଜରଙ୍ଗ ଦଳର କଟକ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ, ଜାନୁଆରୀ ୨୪(ଓଡିଶା ଡଟ୍ କମ୍)- ବଜରଙ୍ଗ ଦଳ ପକ୍ଷରୁ ମହିଳା ପାକିସ୍ଥାନ କ୍ରିକେଟ ଟିମ ଗସ୍ତକୁ ବିରୋଧ କରି ଗୁରୁବାର ୧୨ଘଣ୍ଟିଆ କଟକ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବନ୍ଦପାଳନରେ ହିନ୍ଦୁ ଜାଗରଣ ସାମ୍ମୁଖ୍ୟ, ବଜରଙ୍ଗଦଳ, ରାଷ୍ଟ୍ର ସୁରକ୍ଷା ମଞ୍ଚ, ଉତ୍କଳ ଭାରତ ଆଦି ସଂଗଠନ ସାମିଲ ହୋଇ ଟାୟାର ଜାଳି ବିକ୍ଷୋଭ କରିଥିଲେ । ଏହି ବନ୍ଦ ପାଳନ ବେଳେ ଦୋକାନ ବଜାର ବନ୍ଦ ରହିବା ସହିତ,ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବା ସହିତ ଜନଜୀବନ ଉପରେ ବ୍ୟାପକ ପ୍ରଭାବ ପଡିଥିଲା । ପିକେଟିଂକରି ବଜରଙ୍ଗ ଦଳର ଶହଶହ କର୍ମୀ ଗିରଫ ହୋଇଥିଲେ ।

ବଜରଙ୍କ ଦଳ ତରୁଫରୁ କୁହାଯାଇଛି ପାକିସ୍ତାନ କ୍ରିକେଟ ଟିମକୁ ଭାରତ ମାଟିରେ ଖେଳାଇ ନ ଦେବା ପାଇଁ କଟକ ବାସୀ ସରକାରକୁ ଜଣାଇ ଦେଇଛନ୍ତି । ସକାଳ ସାତଟାରୁ ସନ୍ଧ୍ୟା ୭ଟା ଯାଏ ବନ୍ଦ କଟକ ସହରକୁ ବନ୍ଦକରି ଏହା ପ୍ରମାଣିତ କରିଦେଇଛନ୍ତି ।

ନିକଟରେ ଭାରତୀୟ ଜବାନଙ୍କ ମୁଣ୍ଡକାଟି ନେବା ପରେ ଏହାର ପ୍ରତିବାଦରେ ପାକିସ୍ତାନ ଖେଳାଳିଙ୍କୁ ଭାରତରେ ପ୍ରବେଶ ପାଇଁ ଦଳ ବିରୋଧ କରୁଛି । ରାଜ୍ୟ ସରକାର ସେମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇଦେବା ସହିତ କଟକ ବାରବାଟୀ ଷ୍ଟାଡିୟମରେ ଖେଳିବାକୁ ଅନୁମତି ଦେଇଛନ୍ତି । ଏହି ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି କଟକ ବାସୀ ।

ଓଡିଶା ଡଟ୍ କମ୍

Exit mobile version