Site icon Odisha.com

ପୁନେ ଆନିମେସନ ଶିକ୍ଷା ସଂସ୍ଥାର ଓଡିଶାରେ ପ୍ରଚାର

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୨୪(ଓଡିଶା ଡଟ୍ କମ୍ )- ଆନିମେସନ, ଭିଡ଼ିଓ ଗେମ୍ ଓ ଇଣ୍ଡଷ୍ଟ୍ରିଆଲ ଡିଜାଇନ୍ କ୍ଷେତ୍ରରେ କ୍ୟାରିଅର ଗଢ଼ିବାକୁ ଇଛା କରୁଥିବା ଭାରତର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସୁଖବର ।

ସେମାନେ ଏବେ ପୁନେ ଠାରେ ଭାରତର ଡିଏସ୍କେ ଗ୍ରୁପ୍ ଓ ଫ୍ରାନ୍ସର ଏକ ଅଗ୍ରଣୀ ସଂସ୍ଥା ସୁପଇନ୍ଫୋକମ୍ ଦ୍ୱାରାମିଳିତ ଭାବେ ପ୍ରତିଷ୍ଠା କରାଯାଇଥିବା ଏକ ପ୍ରତିଷ୍ଠାନରେ ଉପରୋକ୍ତ ବିଷୟରେ ଉନ୍ନତମାନର ଶିକ୍ଷା ଓ ପ୍ରଶିକ୍ଷଣ ପାଇପାରିବେ ।

‘ସୁପଇନ୍ଫୋକମ୍’ ଏସବୁ କ୍ଷେତ୍ରରେ ଶିକ୍ଷାଦାନ ଓ ପ୍ରଶିକ୍ଷଣ ପ୍ରଦାନ ପାଇଁ ଯଥେଷ୍ଟ ସୁନାମ ଅର୍ଜନ କରିଛି । ଏହି ଦୁୃଷ୍ଟିରୁ ଡିଏସ୍କେ ଗ୍ରୁପ୍ ଫ୍ରାନ୍ସର ଉକ୍ତ କମ୍ପାନୀ ସହିତ ଏକ ସ୍ୱାକ୍ଷର କରିଛି । ଉଭୟ କମ୍ପାନୀଙ୍କ ମଧ୍ୟରେ ସହବନ୍ଧନ ପ୍ରଶିକ୍ଷଣ ପାଇଁ ଆଉ ବିଦେଶୀ ରାଷ୍ଟ୍ରକୁ ନଯାଇ ନିଜ ଦେଶରେ ହିଁ ତତ୍ ସମ୍ବନ୍ଧୀୟ ସୁବିଧାସୁଯୋଗ ପାଇପାରିବେ ।

ପୁନେରେ ୨୦ ଏକର ପରିମିତ ଅଞ୍ଚଳରେ ଡିଏସ୍କେ ସୁପଇନ୍ଫୋକମ୍ ଇଣ୍ଟରନ୍ୟାସନାଲ କ୍ୟାମ୍ପସ ପ୍ରତିଷ୍ଠା କରାଯାଇଛି । ଏଠାରେ ଆନ୍ତର୍ଜାତିକ ସ୍ତରର ସଂରଚନା ନିର୍ମାଣ କରାଯାଇଥିବାବେଳେ ଅତ୍ୟନ୍ତ ଉନ୍ନତମାନର ଶିକ୍ଷାଦାନ ପ୍ରଣାଳୀ ଅନୁସରଣ କରାଯାଉଛି । ଏଠାରେ ଛାତ୍ରମାନଙ୍କ ପାଇଁ ହଷ୍ଟେଲ ସୁବିଧା ମଧ୍ୟ ଉପଲବ୍ଧ ଅଛି ।

ଆସନ୍ତା ଶିକ୍ଷାବର୍ଷ ପାଇଁ ଏହି ପ୍ରତିଷ୍ଠାନରେ ନାମଲେଖା ଆରମ୍ଭ ହୋଇଛି । ଏଠାରେ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାର କୋର୍ସ ମଧ୍ୟରୁ ଛାତ୍ରମାନେ ନିଜ ଆବଶ୍ୟକତା ଅନୁଯାୟୀ ଯେକୌଣସିଟିକୁ ଚୟନ କରିପାରିବେ ।

ଯୁକ୍ତଦୁଇ ପାସ୍ କରିଥିବା ଛାତ୍ରମାନେ ଉପରୋକ୍ତ ତିନୋଟି ବିଷୟରେ ବର୍ଷିକିଆ ଫାଉଣ୍ଡେସନ କୋର୍ସ କରିପାରିବେ । ସେମାନେ ମଧ୍ୟ ଏହି ବିଷୟଗୁଡ଼ିକରେ ତିନି ବର୍ଷିଆ ଡିଗ୍ରୀ ଅଥବା ଡିପ୍ଲୋମା କୋର୍ସରେ ଅଧ୍ୟୟନ କରିପାରିବେ । ଏହାଛଡ଼ା ସେମାନେ ଏହି ବିଷୟଗୁଡ଼ିକରେ ଚାରିବର୍ଷିଆ ଆଡ୍ଭାନ୍ସଡ ଡିଗ୍ରୀ ଅଥବା ଡିପ୍ଲୋମା ନଚେତ୍ ପାଞ୍ଚବର୍ଷିଆ ଫୁଲଟାଇମ୍ କୋର୍ସ ମଧ୍ୟ କରିପାରିବେ ।

ପ୍ରତିଷ୍ଠାନ କର୍ତ୍ତୃପକ୍ଷ ଏହାର ସଫଳତାରକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି । ଖୁବ୍ କମ୍ ଦିନରେ ଏହାକୁ ବିଭିନ୍ନ କ୍ଷେତ୍ରରୁ ମାନ୍ୟତା ଓ ପୁରସ୍କାର ମିଳିଛି । ଗତବର୍ଷ ଟ୍ରାନ୍ସପୋର୍ଟେସନ ଓ ମୋବିଲିଟି ଓ କ୍ଷୁଦ୍ର କାର ନିର୍ମାଣ ଆଦି ଅନେକଗୁଡ଼ିଏ କ୍ଷେତ୍ରରେ ଉନ୍ନତମାନର ଡିଜାଇନ୍ ପାଇଁ ପୁରସ୍କୃତ ହୋଇଛି ।

ପ୍ରତିଷ୍ଠାନର ସଫଳତା ଉପରେ ମନ୍ତବ୍ୟ ଦେଇ ଡିଏସ୍କେ ଗ୍ରୁପ୍ର ଚେୟାରମ୍ୟାନ ଓ ଏମ୍ଡି, ଡିଏସ୍ କୁଲ୍କର୍ଣ୍ଣି କହିଛନ୍ତି ଯେ ଏହା ଉପରୋକ୍ତ ବିଷୟ ଗୁଡ଼ିକର ଉନ୍ନତ ମାନବ ସମ୍ବଳ ପ୍ରସ୍ତୁତ କରିବାରେ ପ୍ରମୁଖ ଭୂମିକା ସଂପାଦନ କରୁଛି ।

ଏହି ପ୍ରତିଷ୍ଠାନରେ ଅଧ୍ୟୟନ ଶେଷ କରିଥିବା ଛାତ୍ରଛାତ୍ରୀମାନେ ନିଜେ ମଧ୍ୟ ଜଣେ ଜଣେ ସଫଳ ଉଦ୍ୟୋଗୀ ହୋଇପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version