• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମହିଳା ବିଶ୍ୱକପ୍ କ୍ରିକେଟ: ଭୁବନେଶ୍ୱର ଷ୍ଟାଡିୟମରେ ବି ମ୍ୟାଚ ଯୋଜନା

January 25, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୫,(ଓଡିଶା ଡଟ୍ କମ୍ )-ମହିଳା ବିଶ୍ୱକପ୍ କ୍ରିକେଟ ପାଇଁ ଭୁବନେଶ୍ୱର ରେଳବାଇ ଷ୍ଟାଡିୟମକୁ ତୃତୀୟ ଷ୍ଟାଡିୟମ ଭାବେ ବ୍ୟବହାର କରାଯିବ ବୋଲି ରେଳ ମନ୍ତ୍ରଣାଳୟ ବିସିସିଆଇକୁ ଅନୁମତି ଦେଇଛି ।

ରେଳବାଇ ଷ୍ଟାଡିମରେ ଗ୍ରପୁ-ବିର ସମସ୍ତ ଟିମ୍ ଅଭ୍ୟାସ କରିବା ସହିତ ଖେଳି ପାରିବେ କିନ୍ତୁ ପାକିସ୍ତାନ ଟିମ୍ ଏଠାରେ କୌଣସି ମ୍ୟାଚ ଖେଳିବ ନାହିଁ । ପାକିସ୍ତାନର ସବୁମ୍ୟାଚ ବାରବଟି ଷ୍ଟାଡିୟମରେ ଖେଳାଯିବା ପାଇଁ ସ୍ଥର ହୋଇଛି ।

ଡ୍ରିମ ସହ ରେଳବାଇ ଷ୍ଟାଡିୟମରେ ଅଷ୍ଟେଲିଆ,ଦକ୍ଷିଣଆଫ୍ରିକା ଓ ନିୟୁଜଲାଣ୍ଡ ଟିମ୍ ମ୍ୟାଚ ଖେଳିବାର ଯୋଜନା ରହିଛି । କଟକରେ ପାକିସ୍ତାନ ମହିଳା ଟିମ୍ କୁ ଖେଳିବାକୁ ଦିଆଯିବ ନାହିଁ ବୋଲି ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ସ୍ୱର ଉଠାଉଛନ୍ତି । ଏଥିପାଇଁ ରାଜ୍ୟରେ ପ୍ରତିବାଦ ଜାରି ରହିଛି ।

ଫେବୃୟାରୀ ପହିଲାରୁ ଓଡିଶାରେ ମହିଳା ବିଶ୍ୱକପ୍ ଆରମ୍ଭ ହେବ । ଏହା ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପୂର୍ବରୁ ପାକିସ୍ତାନ ମହିଳା କ୍ରିକେଟ ଦଳ ଓଡିଶା ସହିତ ୨ଟି ମ୍ୟାଚ ଖେଳିବ ।

ପାକିସ୍ତାନ କ୍ରିକେଟ୍ ଟିମ୍ କୁ କୌଣସି ହୋଟେଲରେ ନରଖିବା ଦାବୀରେ ଉତ୍କଳ ଭାରତ ତରଫରୁ ଭୁବନେଶ୍ୱର ହୋଟେଲ ସ୍ୱସ୍ତି ପ୍ରିମିୟମ ଆଗରେ ପ୍ରତିକାତ୍ମକ ବିରୋଧ କରାଯାଇଛି ।

ଉତ୍କଳ ଭାରତ ଦଳର କର୍ମକର୍ତାମାନେ ହୋଟେଲ ସ୍ୱସ୍ତି ପ୍ରିମିୟମ ମାଲିକ ତଥା ହୋଟଲ ସଂଘର ସଭାପତି ଶ୍ରୀ ଜେ.କେ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଇଛନ୍ତି ।

ଯୁବ ଉତ୍କଳ ଭାରତର ସଭାପତି ଅଭିଷେକ ଯୋଶୀ କହିଛନ୍ତି ଯେ ଆମେ ହୋଟେଲ ମାଲିକ ସଂଘର ସଭାପତି ଶ୍ରୀ ମହାନ୍ତିଙ୍କୁ ଦାବିପତ୍ର ଦେଉଛୁ ଯେ ସେ କୌଣସି ହୋଟେଲରେ ପାକିସ୍ତାନ ଖେଳାଳୀଙ୍କୁ ନରଖନ୍ତୁ । ସେମାନେ ଦେଶର ଶତ୍ରୁ । ସେହି ରାଷ୍ଟ୍ରଶତ୍ରୁମାନଙ୍କର ଖେଳାଳୀମାନଙ୍କୁ କୌଣସି ହୋଟେଲରେ ପ୍ରବେଶ କରାଇ ଦିଅନ୍ତୁ ନାହିଁ ।

ରାଜ୍ୟର ସ୍ୱାର୍ଥକୁ ଦେଖି ହୋଟେଲ ସ୍ୱସ୍ତି ପ୍ରିମିୟମରେ ପାକିସ୍ତାନ ଖେଳାଳୀଙ୍କୁ ରଖାହେବ ନାହିଁ ବୋଲି ଶ୍ରୀ ଜେ କେ ମହାନ୍ତି କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ବିଶ୍ୱକପ୍, ମହିଳା ବିଶ୍ୱକପ୍ କ୍ରିକେଟ, ଷ୍ଟାଡିୟମ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version