Site icon Odisha.com

ମହିଳା ବିଶ୍ୱକପ୍ କ୍ରିକେଟ: ଭୁବନେଶ୍ୱର ଷ୍ଟାଡିୟମରେ ବି ମ୍ୟାଚ ଯୋଜନା

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୫,(ଓଡିଶା ଡଟ୍ କମ୍ )-ମହିଳା ବିଶ୍ୱକପ୍ କ୍ରିକେଟ ପାଇଁ ଭୁବନେଶ୍ୱର ରେଳବାଇ ଷ୍ଟାଡିୟମକୁ ତୃତୀୟ ଷ୍ଟାଡିୟମ ଭାବେ ବ୍ୟବହାର କରାଯିବ ବୋଲି ରେଳ ମନ୍ତ୍ରଣାଳୟ ବିସିସିଆଇକୁ ଅନୁମତି ଦେଇଛି ।

ରେଳବାଇ ଷ୍ଟାଡିମରେ ଗ୍ରପୁ-ବିର ସମସ୍ତ ଟିମ୍ ଅଭ୍ୟାସ କରିବା ସହିତ ଖେଳି ପାରିବେ କିନ୍ତୁ ପାକିସ୍ତାନ ଟିମ୍ ଏଠାରେ କୌଣସି ମ୍ୟାଚ ଖେଳିବ ନାହିଁ । ପାକିସ୍ତାନର ସବୁମ୍ୟାଚ ବାରବଟି ଷ୍ଟାଡିୟମରେ ଖେଳାଯିବା ପାଇଁ ସ୍ଥର ହୋଇଛି ।

ଡ୍ରିମ ସହ ରେଳବାଇ ଷ୍ଟାଡିୟମରେ ଅଷ୍ଟେଲିଆ,ଦକ୍ଷିଣଆଫ୍ରିକା ଓ ନିୟୁଜଲାଣ୍ଡ ଟିମ୍ ମ୍ୟାଚ ଖେଳିବାର ଯୋଜନା ରହିଛି । କଟକରେ ପାକିସ୍ତାନ ମହିଳା ଟିମ୍ କୁ ଖେଳିବାକୁ ଦିଆଯିବ ନାହିଁ ବୋଲି ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ସ୍ୱର ଉଠାଉଛନ୍ତି । ଏଥିପାଇଁ ରାଜ୍ୟରେ ପ୍ରତିବାଦ ଜାରି ରହିଛି ।

ଫେବୃୟାରୀ ପହିଲାରୁ ଓଡିଶାରେ ମହିଳା ବିଶ୍ୱକପ୍ ଆରମ୍ଭ ହେବ । ଏହା ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପୂର୍ବରୁ ପାକିସ୍ତାନ ମହିଳା କ୍ରିକେଟ ଦଳ ଓଡିଶା ସହିତ ୨ଟି ମ୍ୟାଚ ଖେଳିବ ।

ପାକିସ୍ତାନ କ୍ରିକେଟ୍ ଟିମ୍ କୁ କୌଣସି ହୋଟେଲରେ ନରଖିବା ଦାବୀରେ ଉତ୍କଳ ଭାରତ ତରଫରୁ ଭୁବନେଶ୍ୱର ହୋଟେଲ ସ୍ୱସ୍ତି ପ୍ରିମିୟମ ଆଗରେ ପ୍ରତିକାତ୍ମକ ବିରୋଧ କରାଯାଇଛି ।

ଉତ୍କଳ ଭାରତ ଦଳର କର୍ମକର୍ତାମାନେ ହୋଟେଲ ସ୍ୱସ୍ତି ପ୍ରିମିୟମ ମାଲିକ ତଥା ହୋଟଲ ସଂଘର ସଭାପତି ଶ୍ରୀ ଜେ.କେ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଇଛନ୍ତି ।

ଯୁବ ଉତ୍କଳ ଭାରତର ସଭାପତି ଅଭିଷେକ ଯୋଶୀ କହିଛନ୍ତି ଯେ ଆମେ ହୋଟେଲ ମାଲିକ ସଂଘର ସଭାପତି ଶ୍ରୀ ମହାନ୍ତିଙ୍କୁ ଦାବିପତ୍ର ଦେଉଛୁ ଯେ ସେ କୌଣସି ହୋଟେଲରେ ପାକିସ୍ତାନ ଖେଳାଳୀଙ୍କୁ ନରଖନ୍ତୁ । ସେମାନେ ଦେଶର ଶତ୍ରୁ । ସେହି ରାଷ୍ଟ୍ରଶତ୍ରୁମାନଙ୍କର ଖେଳାଳୀମାନଙ୍କୁ କୌଣସି ହୋଟେଲରେ ପ୍ରବେଶ କରାଇ ଦିଅନ୍ତୁ ନାହିଁ ।

ରାଜ୍ୟର ସ୍ୱାର୍ଥକୁ ଦେଖି ହୋଟେଲ ସ୍ୱସ୍ତି ପ୍ରିମିୟମରେ ପାକିସ୍ତାନ ଖେଳାଳୀଙ୍କୁ ରଖାହେବ ନାହିଁ ବୋଲି ଶ୍ରୀ ଜେ କେ ମହାନ୍ତି କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version