Site icon Odisha.com

ଗଣରାଜ୍ୟ ଦିବସ ସାରା ରାଜ୍ୟରେ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ

ଓଡିଶା ଡଟ୍ କମ୍ ସମ୍ବାଦାତା

ଭୁବନେଶ୍ୱର, ଜାନୁଆରୀ ୨୬(ଓଡିଶା ଡଟ୍ କମ୍ )-ଶାନ୍ତି ଶୃଙ୍ଖଳାର ସହ ଆଜି ସାରା ରାଜ୍ୟରେ ପାଳିତ ହୋଇଛି ୬୪ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଉତ୍ସବ ମୁଖର ହୋଇ ଉଠିଥିଲା ସାରା ରାଜ୍ୟ । ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପ୍ୟାରେଡରେ ରାଜ୍ୟପାଳ ଶ୍ରୀ ମୁରଲୀଧର ଚନ୍ଦ୍ରକାନ୍ତେ ଭଣ୍ଡାରେ ମୁଖ୍ୟଅତିଥିରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ଭୁବନେଶ୍ୱରରେ ରାଜ୍ୟପାଳ ଜାତୀୟ ପତାକା ଉତ୍ତୋଳନ କରିସାରିବା ପରେ ଆରମ୍ଭ ହୋଇଥିଲା ପ୍ୟାରେଡ । ବାଦ୍ୟର ତାଳେ ତାଳେ ହାତକୁ ହାତ ହଲେଇ ପାଦକୁ ପାଦ ମିଳାଇ ସଂଚଳନରେ ଭାଗନେଇଥିଲେ ୮୫ଟି ଦଳ । ଏଥିସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବେଶ୍ ଆକର୍ଷଣୀୟ ଥିଲା । ପ୍ରଜ୍ଞାପନ ମେଢ ରାଜ୍ୟସ୍ତରୀୟ ପ୍ୟାରେଡରେ ମଧ୍ୟ ସ୍ଥାନ ପାଇଥିଲା ।

ସେହିପରି ନକ୍ସଲ ଉପଦ୍ରୁତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହିତ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି । ଓଡିଶା ମାଓବାଦୀ ପାର୍ଟିର ବନ୍ଦ ଡାକରା ସତ୍ୱେ ଉତ୍ସବରେ ମଳିନ ପଡିନଥିଲା । କୋରାପୁଟରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର,ରାୟଗଡାରେ ରବି ନାରାୟଣ ନନ୍ଦ,ପାରଳାଖେମୁଣ୍ଡିରେ ଉଷା ପାଢୀ ଓ ମାଲାକାନାଗିରିରେ ସୁବ୍ରତ ତରାଇ ତ୍ରୀରଙ୍ଗା ଉତ୍ତୋଳନ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version