Site icon Odisha.com

ବିବେକାନନ୍ଦ ଇନଷ୍ଟିଚ୍ୟୁଟ୍ ରେ ଜନରାଜ୍ୟ ଦିବସ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଖୋର୍ଦ୍ଧା, ଜାନୁଆରୀ ୨୮(ଓଡିଶା ଡଟ୍ କମ୍)-ସ୍ଥାନୀୟ ବିବେକାନନ୍ଦ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡ୍ଭାନ୍ସଡ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟେକ୍ନୋଲୋଜି ଓ କଲେଜ୍ ଅଫ୍ ବିଜିନେସ୍ ମ୍ୟାନେଜ୍ମେଣ୍ଟ୍ ର ମିଲିତ ଆନୁକୁଲ୍ୟରେ ୬୪ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି ।

ବିବେକାନନ୍ଦ ବିଜ୍ଞାନ ଭବନର ସଭାପତି ଶିକ୍ଷାବିତ୍ ଡକ୍ଟର ଅଶୋକ କୁମାର ନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଗାମୀ ପିଢୀପାଇଁ ଭାରତବର୍ଷକୁ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ ।

ଅନୁଷ୍ଠାନର ପ୍ରଶାସକ ଡକ୍ଟର ବୃନ୍ଦାବନ ପଣ୍ଡା ଭାରତର ମହାପୁରୁଷମାନଙ୍କ ତ୍ୟାଗପୁତ ଜୀବନୀକୁ ପଢିବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ଚେୟାରମ୍ୟାନ୍ ଶିକ୍ଷାବିତ୍ ଡକ୍ଟର ଧିରେନ୍ଦ୍ର ନନ୍ଦ ଛାତ୍ରଛାତ୍ରୀମାନେ ଦେଶ ପ୍ରେମର ଭାବନାରେ ବାନ୍ଧିହୋଇ ସମାଜରେ ନିଜର ସ୍ଥିତିକୁ ମଜଭୁତ କରିବାକୁୁ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପାଧ୍ୟକ୍ଷ ସଂଜୟ କୁମାର ନାୟକ, ଅଧ୍ୟାପକ ମାନସ ରଞ୍ଜନ ସ୍ୱାଇଁ, ପ୍ରଫୁଲ୍ଲ କୁମାର ମହାପାତ୍ର୍ର, ସରସ୍ୱତୀ ସାହୁ, ସ୍ମୃତିଶୋଭନ ରାଉତ, ଅଭିଜିତ ପଟ୍ଟଯୋଶୀ, ପ୍ରବାସିନି ସାହୁ, ସୁଶାନ୍ତ କୁମାର ଦାଶ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version