• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କୁହୁଡ଼ି ଦଳ ବେହେରାଙ୍କ ଜନ୍ମ ଜୟନ୍ତୀ ସମ୍ବର୍ନ୍ଧନା ଉତ୍ସବ

January 29, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୯(ଓଡିଶା ଡଟ୍ କମ୍)- ନେହେରୁ ଯୁବ ପ୍ରତିଷ୍ଠାନ ଦଳ ଦ୍ୱାରା କୁହୁଡ଼ି ଦଳ ବେହେରା ତଥା ଜଣେ ସମାଜବାଦୀ ବାମପନ୍ଥୀ ଚିନ୍ତାଶୀଳ ବ୍ୟକ୍ତି ଲକ୍ଷ୍ମୀଧର ଇନ୍ଦ୍ରଜିତ୍ ଦଳବେହେରାଙ୍କର ୯୦ତମ ଜନ୍ମ ଜୟନ୍ତୀ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ବୁଦ୍ଧ ବିହାର ପରିସରରେ ବହୁ ଉତ୍ସାହ ଉଦ୍ଧୀପନା ସହ ପାଳିତ ହୋଇଯାଇଛି ।

ପ୍ରତିଷ୍ଠାନର ସଭାପତି ତଥା ସମାଜର ମୁଖ୍ୟ ପରିଚାଳକ ଅବସର ପ୍ରାପ୍ତ ଆଇ.ଏ.ଏସ. ଶ୍ରୀ ସୁରେଶଚନ୍ଦ୍ର ମନ୍ତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସମ୍ବର୍ଦ୍ଧନା ଉତ୍ସବରେ ଓଡ଼ିଶା ବିଧାନ ସଭାର ବାଚସ୍ପତି ଶ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ଜନ୍ମଦିନର କେକ୍ କୁ କାଟି ଉଦ୍ଘାଟନ କରିଥିଲେ ।

ବାଚସ୍ପତି ଶ୍ରୀ ଅମାତ ଦଳବେହେରାଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କ ବକ୍ତବ୍ୟରେ କହିଲେଯେ କୁହୁଡ଼ି ଅଞ୍ଚଳର ସୁଯୋଗ୍ୟ ସନ୍ତାନ ତାଙ୍କ ଆଦର୍ଶ ବାମପନ୍ଥୀ । ସେହି ଦିକ୍ଷାରେ ଦିକ୍ଷୀତ ହୋଇ କୁହୁଡ଼ି ଅଞ୍ଚଳର ବହୁ ଜନହିତକର କାର୍ଯ୍ୟମାନ କରି ବେଶ୍ ପରିଚିତ ଅଟନ୍ତି । ଏଭଳି ଯଶସ୍ୱୀଙ୍କର ଆଜି ପୁଶ ପୂର୍ଣ୍ଣିମା ତିଥିରେ ଜନ୍ମଜୟନ୍ତୀରେ ତାଙ୍କର ଦୀର୍ଘ ଜୀବନ କାମନା କରୁଛି ।

ଉତ୍ସବରେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ କହିଲେ ଯେ, ଦଳବେହେରାଙ୍କ ସହ ମୋର ସମ୍ପର୍କ ଅତି ନିବିଡ଼ । ସେ ଏଭଳି ଏକ ବ୍ୟକ୍ତିତ୍ୱଯେ କୁହୁଡ଼ିର ଦଳବେହେରା ଭାବେ ଘରେ ଘରେ ପରିଚିତ ।

ସେ ସାମ୍ୟବାଦୀ ନେତା ଭାବେ ନିଜକୁ ପ୍ରତିପାଦିତ କରି ଭାଗଚାଷୀ, ମତ୍ସ୍ୟଜୀବୀ ଆନ୍ଦୋଳନଠାରୁ ଆରମ୍ଭ କରି ଖଟିଖିଆ ଗରୀବ ଲୋକମାନଙ୍କ ପାଇଁ ଅହରହ ସଂଗ୍ରାମ ଜାରି ରଖିଥିଲେ ।

ଖାଲି ସେତିକି ନୁହେଁ ଗରୀବ ବାସହରାଙ୍କ ଥଇଥାନ ପାଇଁ ଗୋପୀନାଥପୁର ଓ ଲକ୍ଷ୍ମୀଧରପୁର ଗ୍ରାମ ଗଠନ କରିବା ସହ ଶିକ୍ଷାସଂସ୍ଥା ଗଠନ, ପାଇକ ଆଖଡ଼ା, ମହିଳା ସଂଗଠନ ଗଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । ଦଶହରା ପର୍ବକୁ ଭାଇଚାରା ଓ ଗଣପର୍ବ ଭାବେ ପାଳନ କରି ସଦ୍ଭାବନା ପ୍ରତିଷ୍ଠା କରୁଥିଲେ ।

ବୈକୁଣ୍ଠନାଥ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବର ପ୍ରାରମ୍ଭରେ ଦଳବେହେରାଙ୍କ ଉପରେ ଆଧାରିତ ଆବାହନୀ ସଂଗୀତ ଶ୍ରୀମତୀ ଉତ୍ପଳା ମହାନ୍ତିଙ୍କ ନିର୍ଦ୍ଦେଶନାରେ ପରିବେଷଣ କରାଯାଇଥିଲା ।

କୁହୁଡ଼ି ଗ୍ରାମବାସୀ, ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ, ଅନୁଷ୍ଠାନ, ପରିବାର, ବନ୍ଧୁବାନ୍ଧବ, ଆତ୍ମୀୟ ସ୍ୱଜନ ମାନେ ପୁଷ୍ପଗୁଚ୍ଛ ଉପଢ଼ୌକନ ଉପହାର ଦେଇ ଶ୍ରୀ ଦଳବେହେରା ଓ ଶ୍ରୀମତୀ ସୁରେଖା ଇନ୍ଦ୍ରଜିତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଉତ୍ସବରେ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୋମନାଥ ପାତ୍ର, ପୂର୍ବତନ କୃଷି ନିର୍ଦ୍ଦେଶକ ଡ଼ଃ ବିକ୍ରମ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ବେଣୁଧର ବଳିୟାର ସିଂହ, ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼ର ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ନାୟକ, ଶ୍ରୀ ଦଳବେହେରାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡ଼ଃ ସେବା ମହାପାତ୍ର, ନାରୀନେତ୍ରୀ ସାବିତ୍ରୀ ସାହୁ, ଶ୍ରୀବତ୍ସ ପରିଡ଼ା, କୁଳମଣୀ ପାଣିଗ୍ରାହୀ, କେଦାର ଦାସ, ଭାସ୍କର ଚନ୍ଦ୍ର ମତଗଜ ସିଂହ, କମ୍ୟୁନିଷ୍ଟ ନେତା ବାସୁଦେବ ଦୋରା, ଦିଲ୍ଲୀପ ସିଂହ, ସୁଧୀର ମାନସିଂ, ମିନତି ଦାସ ପ୍ରମୁଖ ବକ୍ତବ୍ୟରେ ତାଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ ଏବଂ କବିତାପାଠ, ସଂଗୀତପାଠର ପରିବେଷଣ ହୋଇଥିଲା ।

ଶ୍ରୀମତୀ ସ୍ନେହଲତା ମଲ୍ଲିକ, ଶ୍ରୀ ସୁଧୀର ମାନସିଂ, ଲଲାଟେନ୍ଦୁ ଇନ୍ଦ୍ରଜିତ, ବିପିନ୍ ମଲ୍ଲିକ, ସୁରେନ୍ଦ୍ରସାହୁ, ବଚନ ମଲ୍ଲିକ, ଲକ୍ଷ୍ମୀତରାସ, ଟୁନୀ, ଚିନୁ, ବେଙ୍ଗୁ ପ୍ରମୁଖଙ୍କ ଉଦ୍ୟମରେ ସମ୍ବର୍ଦ୍ଧନା ଉତ୍ସବଟି ବେଶ୍ ସଫଳତା ହୋଇ ପାରିଥିଲା । ଶେଷରେ ଆଇନଜୀବି ବ୍ରଜବନ୍ଧୁ ପାଇକରାଏ ଧନ୍ୟବାଦ ଅର୍ପଣ କରିଥିଲେ ।

ଶ୍ରୀ ଦଳବେହେରାଙ୍କର ଆତ୍ମୀୟ ସ୍ୱଜନ ସୁଦୁର ଶିଙ୍ଗାପୁରୁ, ବାଙ୍ଗାଲୋର, ମୁମ୍ବାଇ, ପଣ୍ଡିଚେରୀ, ଦିଲ୍ଲୀ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ସୁନ୍ଦରଗଡ଼, ରାଉରକେଲା, ସମ୍ବଲପୁର, ଇନ୍ଦୁପୁରୁ, କେନ୍ଦ୍ରାପଡ଼ା, ବ୍ରହ୍ମଗିରି, ପୁରୀ, ତାପଙ୍ଗ, ଗଡ଼ମଧୁପୁରୁ, ଖୋର୍ଦ୍ଧା ଅଞ୍ଚଳର ବିଭିନ୍ନ ପ୍ରାନ୍ତରୁ ଆସି ସମ୍ବର୍ଦ୍ଧିତ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କୁହୁଡ଼ି, ଗ୍ରାମବାସୀ, ଦଶହରା ପର୍ବ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version