Site icon Odisha.com

ବଲାଙ୍ଗୀର ଗସ୍ତବେଳେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର, ଜାନୁଆରୀ ୩୦(ଓଡିଶା ଡଟ୍ କମ୍)- ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ତାଙ୍କୁ କଂଗ୍ରେସ ଦଳ ତରଫରୁ ଜୋରଦାର ବିରୋଧ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରକୁ ପଚା ଅଣ୍ଡା,ଟମାଟୋ ମାଡ ହୋଇଥିଲା ।

ଏପରି ହେବାର ଦେଖି ବିଜେଡି କର୍ମୀମାନେ ମଧ୍ୟ ସଂଘବଦ୍ଧ ଭାବେ ବିରୋଧିଙ୍କୁ ବିରୋଧ କରିଥିଲେ । ଏହି ଘଟଣାରେ କେତେଜଣ ଆହତ ହୋଇ ବଲାଙ୍ଗୀର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଉ କେତେଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଆର ଏନ୍ ସିଂହଦେଓ ସ୍ପୋର୍ଟସ କଂପ୍ଲେକ୍ସ ଠାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ୧୨୫ ବେଡ୍ ବିଶିଷ୍ଟ ଏମ୍ସିଏଚ୍ ସେଣ୍ଟରର ଶିଳାନ୍ୟାସ କରିବାକୁ ମୁଖ୍ୟମନ୍ତ୍ରୀ ହସ୍ପିଟାଲ ଅଭିମୁଖେ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି ।

ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଗସ୍ତସାରି ବେଲପଡା ବ୍ଲକ ଯାଇଥିଲେ । ପଲିଆମାଲଠାରେ ଲାନ୍ଥ ନଦୀରେ ନିର୍ମିତ ସେତୁ ଉଦ୍ଘାଟନ କରିବାକୁ ସେ ପହଞ୍ଚିବାବେଳେ ୧୩ ଜଣ ବିଜେପି କର୍ମୀ ବିରୋଧ ପଦର୍ଶନକରି ଗିରଫ ହୋଇଥିଲେ ।

ଓଡିଶା ଡଟ୍ କମ୍

Exit mobile version