Site icon Odisha.com

ବାଚସ୍ପତିଙ୍କ ନାମରେ ଏନ୍ସିପିର ଅଦାଲତ ଅବମାନନା ମାମଲା

ଓଡିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୩୦ (ଓଡିଶା ଡ଼ଟ୍ କମ୍)-ବେଜେଡିରେ ଏନ୍ସିପିର ୪ ଜଣ ବିଧାୟକ ମିଶ୍ରଣକୁ ନେଇ ସେମାନଙ୍କର ସଭ୍ୟ ପଦ ବୈଧତା ସଂର୍ପକିତ ମାମଲାରେ ବାଚସ୍ପତିଙ୍କ ବିରୋଧରେ ରୁଜୁ ହୋଇଛି ଅଦାଲତ ଅବମାନନା ମାମଲା । ହାଇକୋର୍ଟରେ ଏ ମାମଲା ଦାୟର କରିଛନ୍ତି ଏନ୍ସିପିର ରାଜ୍ୟ ସଭାପତି ଉତ୍କଳ କେଶରୀ ପରିଡା ।

ଉତ୍କଳ କେଶରୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଏନ୍ସିପିର ୪ ଜଣ ବିଧାୟକ ବିଜେଡିରେ ମିଶିବାପରେ ସେମାନଙ୍କର ବିଧାୟକ ପଦ ରଦ୍ଧ ସଂପର୍କ ମାମଲାରେ ବାଚସ୍ପତି ଉଭୟ ହାଇକୋର୍ଟ ଓ ସୁପ୍ରୀମକୋର୍ଟଙ୍କ ଆଦେଶ ପାଳନ କରୁନାହାଁନ୍ତି ।

ଗତ ସେପ୍ଟେମ୍ବର ମାସରେ ହାଇକୋର୍ଟ ଦେଇଥିବା ଆଦେଶ ଓ ଗତ ଡିସେମ୍ବର ମାସରେ ସୁପ୍ରୀମକୋର୍ଟ ଦେଇଥିବା ଆଦେଶକୁ ବାଚସ୍ପତି ପାଳନ କରିନାହିାଁନ୍ତି ।

ତାଛଡା ଏମାସ ୧୭ ତାରିଖରେ ସୁପ୍ରୀମକୋର୍ଟ ଚୁଡାନ୍ତ ରାୟ ଦେଇଥିଲେ ମଧ୍ୟ ବାଚସ୍ପତି ଏ ମାମଲାର ବିଚାର କରୁନାହାଁନ୍ତି ବୋଲି ଏନ୍ସିପିର ରାଜ୍ୟ ସଭାପତି ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ବାଚସ୍ପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଉତ୍କଳ କେଶରୀ ହାଇକୋର୍ଟରେ ପ୍ରାର୍ଥାନା କରିଛନ୍ତି ।

ଉତ୍କଳ କେଶରୀ କହିଛନ୍ତି ଯେ,ମାନ୍ୟବର ହାଇକୋର୍ଟ ଯାହା ରାୟ ଦେଇଛନ୍ତି ସେ ଅନୁଯାୟୀ ଏ କେସ୍ ରେ ଫଳାଫଳ ନିର୍ଣ୍ଣୟ ହେବ । ଜାନୁୟାରୀ ୧୮ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ମଧ୍ୟ ବାଚସ୍ପତି କୌଣସି ପଦକ୍ଷେପ ନେଉ ନାହିାଁନ୍ତି ।

ଓଡିଶା ହାଇକୋର୍ଟ ଓ ସୁପ୍ରୀମକୋର୍ଟର ନିର୍ଦ୍ଦେଶନାମାକୁ ପାଳନ ନକରିବାରୁ ଆମେ ବାଧ୍ୟହୋଇ ତାଙ୍କ ନାମରେ କୋର୍ଟ ଅବମାନନା ଦାଖଲ କଲୁ ,କେଶରୀ କହିଛନ୍ତି ।

ଓଡିଶା ଡ଼ଟ୍ କମ୍

Exit mobile version