Site icon Odisha.com

ଜୁଲାଇରୁ ଏମ୍ଏସ୍ ରେ ରୋଗୀ ସେବା

ଓଡିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୩୦(ଓଡିଶା ଡ଼ଟ୍ କମ୍)-ଚଳିତବର୍ଷ ଜୁଲାଇ ଠାରୁ ଏମ୍ସରେ ରୋଗୀସେବା ଆରମ୍ଭ ହେବ । ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଗୋଲାମନବୀ ଆଜାଦ୍ ବୁଧବାରଏମ୍ସ ବୁଲି ଦେଖିବାପରେ ଏ ବିଷୟରେ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ଉପକଣ୍ଠ ସିଜୁଆ ଠାରେ ନିର୍ମାଣଧିନ ଅଖିଳ ଭାରତୀୟ ଆର୍ୟୁବେଦ ସଂସ୍ଥା ଏମ୍ସର ନିର୍ମାଣ କାର୍ଯ୍ୟ ସମୀକ୍ଷାକରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏମ୍ସର ନିର୍ମାଣ କାର୍ଯ୍ୟ ଆସନ୍ତା ମେ ସୁଦ୍ଧା ଶେଷ କରିବା ପାଇଁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏମ୍ସର ନିର୍ମାଣ କାର୍ଯ୍ୟରେ ତିନୋଟି ସଂସ୍ଥା ନିୟୋଜିତ ହୋଇଛନ୍ତି । ମେ ସୁଦ୍ଧା ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଶେଷ କରିବା ସହ ଏମ୍ସରେ ଛାତ୍ରଛାତ୍ରୀଙ୍କ ହଷ୍ଟେଲ,ଗେଷ୍ଟେ ହାଉସ,ଷ୍ଟାପକ୍ୱାଟର ଶୀଘ୍ର ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସମୀକ୍ଷା ବୈଠକରେ ତିନୋଟି ଯାକ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କୁ ଡାକି ଏ ବିଷୟରେ ତାଗିଦ୍ କରିଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆଉଟଡୋର ସହ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଲକ୍ଷ ରଖି ଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆଜିର ଏ ଗସ୍ତ ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀମାନେ ଏମ୍ସ ଆଖପାଖ ଗାଁରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାସହ ଡାକ୍ତରଙ୍କୁ ସାହାର୍ଯ୍ୟ କରିନ୍ତୁ ଓ ଅଭିଜ୍ଞତା ହାସଲ କରନ୍ତୁ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଓଡିଶା ଡ଼ଟ୍ କମ୍

Exit mobile version