Site icon Odisha.com

ଉଦୟଗିରିରେ ଅନ୍ତର୍ଜାତୀୟ ବୈାଦ୍ଧ ସମ୍ମିଳନୀ ଆରମ୍ଭ

ଓଡିଶା ଡଟକମ ସମ୍ବାଦଦାତା

ଯାଜପୁର, ଫେବୃଆରୀ ୧(ଓଡିଶା ଡଟକମ)- ବିରଳ ବୌଦ୍ଧମୃତି ଓ ପ୍ରାଚୀନ କାରୁକାର୍ଯ୍ୟର ପ୍ରଚାର ପ୍ରସାର ପାଇଁ ଉଦୟଗିରିରେ ଶୁକ୍ରବାର ଦିନ ଆରମ୍ଭ ହୋଇଛି ଆନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ।

ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘ।ଟନ କରିଛନ୍ତି । ଏଥିରେ ଦେଶ ଓ ଦେଶବାହାରୁ ଦୁଇ ଶହରୁ ଉର୍ଦ୍ଧ ଗବେଷକ ଯୋଗ ଦେଇଛନ୍ତି ।
ବୌଦ୍ଧ ଗବେଷକ ମୋରା ଗୋଲାଗାମା ଓ ବି.ପ୍ରକାଶଙ୍କ ସମେତ ଅନେକ ଗବେଷକମାନେ ଏହି ସମ୍ମିଳନୀରେ ବୌଦ୍ଧଧର୍ମ,ଶିଳାଲିପି ଓ ବୌଦ୍ଧସ୍ତୁପ ବିଷୟରେ ଅଧିକ ଗବେଷଣା ବିଷୟରେ ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ ।

ଓଡିଶା ଡଟକମ

 

Exit mobile version