Site icon Odisha.com

ମାଲକାନାଗିରିରେ ଟଙ୍କିକିଆ ଚାଉଳର ଶୁଭାରମ୍ଭ

ଓଡ଼ିଶା ଡ଼ଟ୍ କମ୍ : ରତ୍ନାକର ଦାଶ

ମାଲକାନଗିରି, ଫେବୃଆରୀ ୨(ଓଡିଶା ଡଟ୍ କମ୍)-ନକ୍ସଲ ପ୍ରବଣ ମାଲକାନଗିରିରୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ଟଙ୍କାକିଆ ଚାଉଳ ଯୋଜନା । ଶନିବାର ଦିନ ଦିନିକିଆ ମାଲକାନାଗିରି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ଯୋଜନାର ଶୁଭଆରମ୍ଭ କରିଛନ୍ତି ।

ମାଲକାନଗିରି ଦଣ୍ଡକାରଣ୍ୟ ଖେଳ ପଡିଆ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ବଣ୍ଡା,କୋୟା ଆଦି ବିଭିନ୍ନ ଜନଜାତି ହିତାଧିକାରୀଙ୍କୁ ଏକ ଟଙ୍କାରେ ଏକ କିଲୋ ଚାଉଳ ବଣ୍ଟନ କରିଥିଲେ ।

ଏହି ଯୋଜନାକୁ ନେଇ ବେଶ୍ ଖୁସି ହୋଇଛନ୍ତି ଆଦିବାସୀ ହିତାଧିକାରୀମାନେ । ଜଣେ ହିତାଧିକାରୀ ସବିତା ବାଘ କହିଛନ୍ତି ଯେ ଆଗରୁ ଆମେ ଦୁଇ ଟଙ୍କାରେ ଚାଉଳ ପାଉଥିଲୁ । ଏବେ ଏକ ଟଙ୍କାରେ ପାଇଲୁ । ଏହା ଆମ ପାଇଁ ଭଲ ଯୋଜନା ।

ବିଛିନ୍ନାଞ୍ଚଳ ବାସୀଙ୍କ ବିଭିନ୍ନ ସମସ୍ୟା ନେଇ ସରକାର ଯେଉଁ ଯୋଜନା କରିଛନ୍ତି ତାହା ଖୁବ୍ ଶ୍ରୀଘ୍ର କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ସଭାରେ ପ୍ରତିଶ୍ରୁତି ଦେଇଛନ୍ତି ।

ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ପହଞ୍ଚି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, କୃଷି ଗବେଷଣା କେନ୍ଦ୍ର ଓ ବିଜୁ ସହରାଞ୍ଚଳ ବିଦ୍ୟୁତ କରଣ ଯୋଜନାର ଶୁଭ ଆରମ୍ଭ କରିଥିଲେ । ତାପରେ ମାଲ୍ୟବନ୍ତ ପର୍ବତରେ ଶିଶୁ ପାର୍କ ଓ ଜିଲ୍ଲା ସଦର ଚିକିତ୍ସାଳୟରେ ନୂତନ ଗୃହ ନିର୍ମାଣର ଶିଳାନ୍ୟାସ କରିଥିଲେ ।

ମାଲକାନଗିରି ପରେ ବାଲିମେଳାର ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ମଧ୍ୟ ଉଦ୍ବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ସ୍ପଷ୍ଟକରିଛନ୍ତି ଆଦିବୀସୀଙ୍କୁ ବିଛିନ୍ନ କରି ଆନ୍ଧ୍ରର ପୋଳାଭରମ ପ୍ରକଳ୍ପକୁ କୌଣସି ମତେ କରାଇ ଦିଆଯିବ ନାହିଁ ।

ଓଡିଶା ଡଟ୍କମ୍

Exit mobile version