Site icon Odisha.com

୪ହଜାର ଯୁବକ ସଂଘକୁ ୧୦ହଜାର ଟଙ୍କା ଲେଖାଏଁ ଅନୁଦାନ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃଆରି ୫(ଓଡିଶା ଡଟ୍ କମ୍ )-ଯୁବଶକ୍ତିକୁ ଗଠନମୂଳକ କାର୍ଯ୍ୟରେ ନିୟୋଜିତ କରିବା ସହିତ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ବିଜୁ ଯୁବ ସଶକ୍ତିକରଣ ଯୋଜନା ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି ।

ଚଳିତ ଆର୍ଥିକ ବର୍ଷରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ସୋମବାର ଦିନ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନିଷ୍ପତି ନିଆଯାଇଛି ।

ବୃଦ୍ଧବୃଦ୍ଧାଙ୍କ ପାଇଁ କମ୍ବଳ, ବିପିଏଲଙ୍କ ପାଇଁ ଟଙ୍କିକିଆ ଚାଉଳ ଯୋଜନା ପ୍ରଚଳନ ପରେ ଏବେ ଯୁବକଙ୍କୁ ବାନ୍ଧି ରଖିବା ପାଇଁ ସରକାର ବିଜୁ ଯୁବ ସଶକ୍ତୀକରଣ ନାମରେ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ।

ଏହି ଯୋଜନା ଅନୁସାରେ ସହରାଞ୍ଚଳରେ ୪ ହଜାର ଯୁବକ ସଂଘକୁ ୧୦ ହଜାର ଟଙ୍କା ଲେଖାଏଁ ଅନୁଦାନ ଯୋଗାଇ ଦିଆଯିବ । ପରବର୍ତୀ ପର୍ଯ୍ୟାୟରେ ଏହି ଯୋଜନା ଗ୍ରାମାଞ୍ଚଳକୁ ସମ୍ପ୍ରସାରଣ କରାଯିବ । କ୍ରୀଡ଼ା, ସଂସ୍କୃତି ଓ ଗୋଷ୍ଠୀ ବିକାଶ କାର୍ଯ୍ୟରେ ସମ୍ପୃକ୍ତ କ୍ଲବମାନେ ଏହି ସହାୟତା ପାଇପାରିବେ ।

ଓଡିଶା ଡଟ୍ କମ୍

Exit mobile version