ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ନୂଆଦିଲ୍ଲୀ,୧୨ ଫେବୃଆରୀ,(ଓଡ଼ିଶା ଡ଼ଟ୍ କମ୍)-ଯେଉଁ ଛାତ୍ରଛାତ୍ରୀମାନେ ବର୍ଦ୍ଧିତ ଫି ଦେଉନାହାନ୍ତି ସେମାନଙ୍କ ବିରୋଧରେ ଡ଼ିଏଭି କର୍ତୃପକ୍ଷ ଏହି ମାମଲାର ବିଚାର ନ ସରିବା ପର୍ଯ୍ୟନ୍ତ କୌଣସି ପ୍ରକାରର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଡ଼ିଏଭି କର୍ତ୍ତୃପକ୍ଷ ଅସ୍ୱାଭାବିକ ଫି ବୃଦ୍ଧି କରିଥିବା ଅଭିଯୋଗ କରି ଅଭିଭାବକ ସଂଘ କୋର୍ଟର ହସ୍ତକ୍ଷେପ ଲୋଡ଼ିଥିଲେ । ବିଚାରପତି ଜଷ୍ଟିସ୍ ଆର୍.ଏମ୍.ଲୋଧା ଓ ଜଷ୍ଟିସ୍ ଜେ.ଚେଲେମେଶ୍ୱର ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସୋମବାର ଏହି ନିର୍ଦ୍ଦେଶ ଦେଇ ମାମଲାର ଶୁଣାଣି ଦୁଇ ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି ।
ଅଦାଲତଙ୍କ ଏହି ନିର୍ଦ୍ଦେଶକୁ ଅଭିଭାବକ ସଂଘ ସ୍ୱାଗତ କରିଛି ।
ଓଡ଼ିଶା ଡ଼ଟ୍ କମ୍
In Rourkela DAV’s administration was trying to implement PTCC to increase fees and to show the attendence for supporting fee hike which was not successfull. DAV’s RD trying to make this institute as Commercial institute which is not the moto’s of DAV.