Site icon Odisha.com

ଯୁବକସଂଘ ପରେ ମହିଳାଙ୍କ ପାଇଁ ସରକାରଙ୍କ ସହାୟତା ଘୋଷଣା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୧୨ଫେବୃଆରୀ,(ଓଡ଼ିଶା ଡ଼ଟ୍ କମ୍)ରାଜ୍ୟର ଚାରିହଜାର ଯୁବକ ସଂଘକୁ ପ୍ରତ୍ୟେକଙ୍କ ପାଇଁ ଦଶହଜାର ଟଙ୍କା ଲେଖାଏଁ ଅନୁଦାନ ଘୋଷଣା କରିବା ପରେ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ସରକାର ଅନୁରୂପ ଘୋଷଣା କରିଛନ୍ତି ।

ରାଜ୍ୟର ଏକଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୦୧୩-୨୦୧୪ ଆର୍ଥିକ ବର୍ଷରେ ପ୍ରତ୍ୟେକଙ୍କୁ ଦଶହଜାର ଟଙ୍କା ଲେଖାଏଁ ଅନୁଦାନ ଦିଆଯିବ ବୋଲି ସରକାର ସୋମବାର ଘୋଷଣା କରିଛନ୍ତି ।

ତେବେଏହି ଅନୁଦାନ ପାଇବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ତିନିବର୍ଷ ପୁରୁଣା ହୋଇଥିବ ଏବଂ ଗୋଷ୍ଠୀର ବ୍ୟାଙ୍କ ଖାତାରେ ପାଞ୍ଚହଜାର ଟଙ୍କା ଜମା ରହିଥିବ । ମହିଳା ଗୋଷ୍ଠୀଙ୍କୁ ଅଧିକ ଆତ୍ମନିର୍ଭରଶୀଳ କରିବା ଏହି ଅନୁଦାନର ଲକ୍ଷ ବୋଲି ମହିଳା ଓ ଶିଶୁବିକାଶ ବିଭାଗ ଦର୍ଶାଇଛି ।

ଏଠାରେ ଉଲେଖଯୋଗ୍ୟ ଯେ,ଚଳିତ ମାସ ପ୍ରଥମାର୍ଦ୍ଧରେ ଖେଳ ସାମଗ୍ରୀ କିଣିବା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଯୁବକ ସଂଘମାନଙ୍କ ପାଇଁ ସରକାର ଏହିଭଳି ଅନୁଦାନ ଘୋଷଣା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version