Site icon Odisha.com

ନାଲକୋ ନିର୍ଦ୍ଦେଶକଙ୍କୁ ଗ୍ଲୋବାଲ ଏଚଆର ଏକ୍ସିଲେନ୍ସ ପୁରସ୍କାର

ମୁମ୍ବାଇ,ଫେବୃଆରୀ ୧୮,(ଓଡ଼ିଶା ଡ଼ଟ୍ କମ୍)- ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ର ନିର୍ଦ୍ଦେଶକ (ମାନବସମ୍ବଳ) ଶ୍ରୀ ଏସ.ସି. ପାଢୀଙ୍କୁ ଇନଷ୍ଟିଚୁ୍ୟଟ ଅଫ ପବ୍ଲିକ ଏନଟରପ୍ରାଇଜେସ ଦ୍ୱାରା ମୁମ୍ବାଇ ଠାରେ ଆୟୋଜିତ ତିନି-ଦିବସୀୟ ୱାର୍ଲଡ ଏଚଆରଡି କଂଗ୍ରେସର ଉଦଯାପନୀ ଉତ୍ସବରେ ଗ୍ଲୋବାଲ ଏଚଆର ଏକ୍ସିଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି ।

ମୁମ୍ବାଇଠାରେ ଅନୁଷ୍ଠିତ ଦୁଇ ଦିନିଆ ୱାର୍ଲଡ ସିଏସଆର କଂଗ୍ରେସର ଶେଷ ଦିବସ ତଥା ବିଶ୍ୱ ସିଏସଆର ଦିବସ ଅବସରରେ ଆଜି ଶ୍ରୀ ପାଢୀ, ନବରତ୍ନ ନାଲକୋ ପକ୍ଷରୁ କେୟାରିଂ କମ୍ପାନୀ ପୁରସ୍କାର ମଧ୍ୟ ଗ୍ରହଣ କରିଛନ୍ତି ।

ଶ୍ରମ ଓ ସମାଜ କଲ୍ୟାଣରେ ସ୍ନାତକତୋର ଶିକ୍ଷା ଲାଭ କରିଥିବା ଶ୍ରୀ ପାଢୀ, ଟାଟା ମାଇନ୍ସ, ଏନଟିପିସି, ସତଲୁଜ ଜଳ ବିଦ୍ୟୁତ ନିଗମ (ଏସଜେଭିଏନଏଲ) ଓ ଏମସିଏଲରେ କାର୍ଯ୍ୟ କରି ସେ ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି ।

ବାଲାନ୍ସ ସ୍କୋର କାର୍ଡ ଆଧାରରେ ‘ପର୍ଫମାନ୍ସ ରିଲେଟେଡ ପେ’ (ପିଆରପି) ର କାର୍ଯ୍ୟାନ୍ୱୟନ ଏବଂ ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ଆଦି କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖଯୋଗ୍ୟ ।

ଓଡ଼ିଶା ଡ଼ଟ୍ କମ୍

Exit mobile version