Site icon Odisha.com

ଦୁଇଦିନିଆ ଧର୍ମଘଟ ପରେ ଜନଜୀବନ ସ୍ୱାଭାବିକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃଆରୀ ୨୨ (ଓଡ଼ିଶା ଡ଼ଟ୍ କମ୍)-ଦରଦାମ୍ ବୃଦ୍ଧି ଓ କେନ୍ଦ୍ର ସରକାରଙ୍କ ଅର୍ଥନୀତି ବିରୋଧରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ଦ୍ୱାରା ଦିଆଯାଇଥିବା ଦୁଇଦିନିଆ ବନ୍ଦ ଯୋଗୁଁ ବୁଧବାର ଏବଂ ଗୁରୁବାର ଅସ୍ତବ୍ୟସ୍ତ ହୋଇଥିବା ଜନଜୀବନ ଶୁକ୍ରବାର ସ୍ୱାଭାବିକ ହୋଇଛି ।

ବସ୍, ଯାତ୍ରୀବାହୀ ଯାନ ଓ ରେଳ ଚଳାଚଳ ସ୍ୱାଭାବିକ ହୋଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି । ଦୁଇଦିନ ଧରି କୌଣସି କାରବାର କରିପାରିନଥିବା ବ୍ୟାଙ୍କ୍ଏବଂ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ କାର୍ଯ୍ୟାରମ୍ଭ ହେବା ମାତ୍ରେ ସେମାନଙ୍କ ସାମନାରେ ଲମ୍ବା ଭିଡ଼ ପରିଲକ୍ଷିତ ହୋଇଛି ।

ଗତ ଦୁଇଦିନ ଧରି ରାଜ୍ୟରେ ଗାଡ଼ିମଟରଏବଂ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା ବିଭିନ୍ନ ସ୍ଥାନରେ ପିକେଟିଂ କରି ପ୍ରାୟ ୧୫୦୦ରୁ ଅଧିକ ଗିରଫ ହୋଇଥିଲେ । ଏହି ଧର୍ମଘଟ ଯୋଗୁଁ ହାରାହାରି ୧୦,୦୦୦କୋଟି ଟଙ୍କା କ୍ଷତି ହୋଇଥିବା ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

ଟ୍ରେଡ଼୍ ୟୁନିଅନ୍ ମାନେ ଏହି ବନ୍ଦକୁ ଜନସାଧାରଣ ଅଭୁତପୂର୍ବ ସମର୍ଥନ ଦେଇଥିବା ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version