Site icon Odisha.com

ଜଷ୍ଟିସ୍ ସି.ନାଗପ୍ପାନ୍ ହାଇକୋର୍ଟର ମୁଖ୍ୟ ବିଚାରପତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଫେବୃଆରୀ ୨୩ (ଓଡ଼ିଶା ଡ଼ଟ୍ କମ୍) ମାଡ଼୍ରାସ ହାଇକୋର୍ଟର ବରିଷ୍ଟ ବିଚାରପତି ଜଷ୍ଟିସ୍ ଚୋକଲିଙ୍ଗମ୍ ନାଗପ୍ପାନ୍ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ଆସନ୍ତା ୨୭ତାରିଖରେ ସେ ଶପଥ ଗ୍ରହଣ କରିବେ ।

ଏହି ସଂକ୍ରାନ୍ତରେ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି କରାଯାଇଛି । ଜଷ୍ଟିସ୍ ନାଗପ୍ପାନ୍ ୧୯୫୧ ଅକ୍ଟୋବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ କେ.ପରାଶରନ୍ ଙ୍କ ଅଧୀନରେ ସେ୧୯୭୪ ମସିହାରେ ଓକିଲାତି ଆରମ୍ଭ କରିଥିଲେ ।

ଜ.ନାଗପ୍ପାନ୍ ୧୯୮୭ରେ ସିଧାସଳଖ ଜିଲ୍ଲା ଜଜ୍ ରୂପେ ମନୋନୀତ ହୋଇ ବିଭିନ୍ନ ସ୍ଥାନରେ ଜିଲ୍ଲା ଓ ଦୌରାଜଜ୍ ଭାବେ କାର୍ଯ୍ୟ କରିଥିଲେ । ରାଜ୍ୟ ପରିବହନ ଅପିଲ ଟ୍ରିବ୍ୟୁନାଲର ଅଧକ୍ଷ୍ୟ ଭାବେ ସେ କାର୍ଯ୍ୟ କରିଥିଲେ । ୨୦୦୦ମସିହାରେ ସେ ମାଡ଼୍ରାସ୍ ହାଇକୋର୍ଟର ଅତିରିକ୍ତ ବିଚାରପତି ରୂପେ ଦାୟିତ୍ୱ ଗ୍ରହଣ କରି ୨୦ସେପ୍ଟେମ୍ବର ୨୦୦୨ ମସିହାରେ ସ୍ଥାୟୀ ବିଚାରପତି ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version