ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ଫେବୃଆରୀ ୨୩,(ଓଡ଼ିଶା ଡ଼ଟ୍ କମ୍), ଚିଲିକା ହ୍ରଦକୁ ପ୍ରତିବର୍ଷ ଆସୁଥବା ବିଦେଶୀ ପକ୍ଷୀଙ୍କ ମଧ୍ୟରୁ ସପ୍ତାହକ ମଧ୍ୟରେ ତିନିଜଣଙ୍କ ଠାରେ ବାର୍ଡ଼ ଫ୍ଲୁ ଭୂତାଣୁ ଚିହ୍ନଟ କରାଯାଇଛି ।
ଏହି ତିନୋଟି ପକ୍ଷୀଙ୍କ ଲାଳ,ମଳ,ରକ୍ତ ନମୁନାରୁ ଏହି ଭୂତାଣୁ ଚିହ୍ନଟ କରାଯାଇଛି । ବିରଳ ପ୍ରଜାତିର ପକ୍ଷୀ ବିଣ୍ଟେଲ,ସକଲାର,ଗଡ଼ୱିଲ ପକ୍ଷୀଙ୍କ ରକ୍ତ ନମୁନା ଭୋପାଲସ୍ଥିତ ପ୍ରୟୋଗଶାଳାକୁ ପଠାଯାଇଥିଲା ।
ଯାହାଫଳରେ ଏବେ ସେଠାରେ ଥିବା ପ୍ରାୟ ୫ଲକ୍ଷ ପକ୍ଷୀଙ୍କ ଜୀବନ ଏବେ ବିପଦ ରେ ଅଛି । ଚିଲିକାରୁ ଉଡ଼ି ଆସି ଏକ ବିରଳ ପ୍ରଜାତିର କୁରୁବଳ ପକ୍ଷୀଟି ଅସୁସ୍ଥତା କାରଣରୁ ନିକଟସ୍ଥ ସାହାଜାନପୁର ଜଙ୍ଗଲରେ ଆସି ପଡ଼ିଯାଇଥିଲା ।
ତାକୁ ଗ୍ରାମବାସୀମାନେ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ଦେଇଥିଲେ । ଉଦ୍ଧାର ହୋଇଥିବା ଏହି ପକ୍ଷୀର ଲାଳ,ରକ୍ତ ଓ ମଳ ନମୁନା ସଂଗ୍ରହ କରାଯାଇଛି । ପକ୍ଷୀଟି ଥରିବା ସହ ଏହାର ବେକ ଫୁଲି ଯାଇଛି ବୋଲି ପଶୁ ଡ଼ାକ୍ତର ଅକ୍ଷୟ ଜେନା କହିଛନ୍ତି ।
ବାର୍ଡ଼ ଫ୍ଲୁ ରୋଗ ସଂକ୍ରମଣର ଆଭାସ ମିଳିବା ପରେ ଏଠାରେ ଶୁକ୍ରବାର ପଶୁ ଡ଼ାକ୍ତର ମାନଙ୍କର ଏକ ବୈଠକ ହୋଇଥିଲା । ଏହି ବୈଠକରେ ପକ୍ଷୀ ତଥା ବିଭିନ୍ନ କୁକୁଡ଼ା ଫାର୍ମରୁ ରକ୍ତ ନମୁନା ସଂଗ୍ରହ କରିବାକୁ ନିର୍ଦ୍ଧେଶ ଦିଆଯାଇଛି । ବ୍ରହ୍ମଗିରି ଓ କୁଷ୍ଣପ୍ରସାଦ ବ୍ଲକ୍ କୁ ପ୍ରାୟ୨୪୦୦ପକ୍ଷୀଙ୍କ ଲାଳ,ରକ୍ତ ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଉଭୟ ବ୍ଲକ୍ ରେ ରେଡ଼ ଆଲର୍ଟ ଜାରି ଜାରି କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଚଳିତବର୍ଷ ଚିଲିକାକୁ ପ୍ରାୟ ସାଢେ ଆଠଲକ୍ଷ୍ୟ ବିଦେଶୀ ପକ୍ଷୀ ଆସିଥିଲେ । ସେଥିରୁ ପ୍ରାୟ ୪ଲକ୍ଷ୍ୟ ପକ୍ଷୀ ଫେରି ସାରିଲେଣି । ଏବେ ମଧ୍ୟ ସେଠାରେ ପ୍ରାୟ ୪ଲକ୍ଷ୍ୟ ବିଦେଶୀ ପକ୍ଷୀ ଅଛନ୍ତି । ବାର୍ଡ଼ ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ଏବେ ପୁରୀ ଜିଲ୍ଲାରେ ରୋଗ ପ୍ରତିକାର ପାଇଁ ପ୍ରତିଷେଧକ ଇଂଜେକ୍ସନ୍ ଯୋଗାଡ଼ କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply