• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅନୁପ୍ରବେଶକାରୀଙ୍କୁ ରୋକାଯାଉନଥିବାରୁ ଭାଗବତଙ୍କ ଉଦ୍ବେଗ

February 25, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃଆରୀ ୨୫ (ଓଡ଼ିଶା ଡ଼ଟ୍ କମ୍) ବିଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କୌଣସି କାର୍ଯାନୁଷ୍ଠାନ କରାଯାଉନଥିବାରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡା.ମୋହନରାଓ ଭାଗବତ ଉଦବେଗ ପ୍ରକାଶ କରିଛନ୍ତି ।

ସେମାନଙ୍କ ବିରୋଧରେ ରାଜ୍ୟ ହେଉ ଅଥବା କେନ୍ଦ୍ର କାର୍ଯାନୁଷ୍ଠାନ ଗ୍ରହଣ କରିବା ତ ଦୂର ସେମାନଙ୍କୁ ଚିହ୍ନଟ ମଧ୍ୟ କରୁନାହିଁ । ଭୁବନେଶ୍ୱରରେ ଏକ ଜନସଭା କୁ ସମ୍ବୋଧିତ କରି ଭାଗବତ
ଏହା କହିଛନ୍ତି ।

ରାଜନେତାମାନେ ଦେଶର ସମସ୍ୟା ବିଷୟରେ ଚିନ୍ତା କରିବା ବଦଳରେ ନିଜ ନିଜ ସ୍ୱାର୍ଥ ସାଧନରେ ଲାଗିଛନ୍ତି । ସୀମାପାର ଆତଙ୍କବାଦରେ ପାକିସ୍ତାନ ସେନା ସାମିଲ ଅଛନ୍ତି । କେତେକ ଉଗ୍ରବାଦୀଙ୍କ ସହିତ ମିଶି ପାକ୍ ସୈନିକ ଭାରତ ଭିତରକୁ ପ୍ରବେଶ କରୁଛନ୍ତି ବୋଲି ଭାଗବତ ପ୍ରକାଶ କରିଛନ୍ତି ।

ସ୍ଥାନୀୟ ବରମୁଣ୍ଡାସ୍ଥିତ ଦୁର୍ଗାପୂଜା ପଡିଆରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଭୁବନେଶ୍ୱର ମହାନଗର ତରଫରୁ ରବିବାର ଉତିଷ୍ଠତ ଜାଗ୍ରତ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଭାଗବତ ମୁଖ୍ୟ ଅତିଥିରୂପେ ଯୋଗଦେଇ କହିଲେ ଯେ,ଆଜିକୁ ଅନେକ ବର୍ଷତଳେ ସ୍ୱାମୀ ବିବେକାନନ୍ଦ ଏହି ଉଦ୍ଦଘୋଷଣା କରିଥିଲେ ଯେ, ‘ପ୍ରଥମେ ଉଠ ଓ ତାପରେ ଜାଗ୍ରତ ହୁଅ’ ।

ଏହାଥିଲା ତାଙ୍କର ବଜ୍ରବାଣୀ । ସମଗ୍ର ଦେଶ ଯେତେବେଳେ ଶହଶହ ବର୍ଷର ବିଦେଶୀ ଶାସନ ଯୋଗୁଁ ଘୋର ତମସ୍ ଭିତରେ ରହୁଥିଲା ସେହି ସମୟରେ ସ୍ୱାମୀଜୀ ଜାତିକୁ ଏହି ଆହ୍ୱାନ
ଦେଇଥିଲେ । ସଂଘ ସ୍ୱାମୀଜୀଙ୍କର ଏହି ଆହ୍ୱାନକୁ ସାକାର କରିବା ପାଇଁ କାର୍ଯ୍ୟକରୁଅଛି ।

ସ୍ୱାମୀଜୀ କହୁଥିଲେ ଯେ ସମସ୍ୟାଠାରୁ ଦୁରେଇ ଗଲେ ଏଥିରୁ ମୁକ୍ତି ମିଳେ ନାହିଁ । ବରଂ ସାହସର ସହିତ ଠିଆହୋଇ ସମସ୍ୟାକୁ ସମ୍ମୁଖିନହେଲେ ଏହାର ସମାଧାନ ହୁଏ । କାଶୀର ଗୋଟିଏ
ଛୋଟିଆ ଘଟଣାରୁ ସ୍ୱାମୀଜୀ ଏହି ଅନୁଭବ କରିଥିଲେ । ଆଜି ଆମର ସମାଜ ଜାଗ୍ରତ ନଥିବାରୁ ଅନେକ ସମସ୍ୟା ଦେଖାଯାଉଛି ।

ଦେଶର ସମସ୍ୟା ଗୁଡିକର ସମ୍ମୁଖିନ ନହୋଇ ଆମେ ତାଠାରୁ ଦୁରେଇ ଯାଇ ଅନ୍ୟ ଉପାୟ ଖୋଜୁଛୁ । ଉଦାହରଣ ହେଉଛି ଏଫ୍ଡିଆଇ ପୁଞ୍ଜି ବିନିଯୋଗକୁ ଭାରତରେ ଅନୁମତି ଦେବାଦ୍ୱାରା ବେକାରୀ ସମସ୍ୟା ବଢିବ ସିନା କମିବ ନାହିଁ ।

ପାକିସ୍ଥାନ ବୈଦେଶୀକ ମନ୍ତ୍ରୀଙ୍କ ଭାରତ ବିରୋଧୀ ମନ୍ତବ୍ୟକୁ ଯେପରି ବିରୋଧ କରିବା କଥା ତାହା ହୋଇ ନାହିଁ । ପାକିସ୍ଥାନ ସେନା କିଛି ଉଗ୍ରବାଦୀଙ୍କ ସହିତ ଆସି ଭାରତ ସୀମାରେ ପଶି
ଯେପରି ଭାବରେ ଆମ ଦେଶର ଜଣେ ସୈନିକର ମୁଣ୍ଡକାଟି ନେଇଗଲେ ତାର ମାତ୍ର ମାମୁଲି ବିରୋଧ କରାଗଲା ।

ଆମର ଦେଶ ଏତେ ବଡଯେ ଆମର ତେଢା ଚାହାଣୀରେ ହିଁ ପାକିସ୍ଥାନ ଦବିଯିବ । ଏଥିପାଇଁ ଆମେ ଐକ୍ୟବଦ୍ଧ ଓ ଦୃଢ ହେବା ଉଚିତ୍ ।

ପାକିସ୍ଥାନ ଖୋଲାଖୋଲି ଭାରତକୁ ବିରୋଧ କରୁଥିବା ବେଳେ ଚୀନ ଭିତରେ ଭିତରେ ଭାରତକୁ ବିରୋଧ କରୁଛି । ପ୍ରଥମରୁ ହିଁ ଚୀନ୍ ଏହିଭଳି ବିରୋଧ କରୁଥିଲା । ଏବେ ମଧ୍ୟ ଚୀନ ଦେଶର
ପ୍ରସ୍ତୁତ ମାଲ ଆମ ଦେଶର ବଜାରକୁ କବଜା କରିବାକୁ ବସିଛି । ଆମ ଦେଶର ନଦୀର ପାଣିକୁ ଚୀନ ଅନ୍ୟ ଦିଗକୁ ନେଇ ଯିବାପାଇିଁଁ ବସିଛି ।

ଆମର ସୀମା ସୁରକ୍ଷିତ ନୁହେଁ । ଆମ ଦେଶରେ ଅନୁପ୍ରବେଶ ସମସ୍ୟା ବଢିବଢି ଚାଲିଛି । ସେମାନଙ୍କୁ ଚିହ୍ନଟ କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଏହିଭଳି ସମୟରେ ଆମେ
ପରସ୍ପରର ଗୋଡ ନଟାଣି ଐକ୍ୟବଦ୍ଧ ହେଲେ ଏହି ସମସ୍ୟାର ମୁକାବିଲା କରିପାରିବା ।

ସରସଂଘଚାଳକ ପ୍ରଣାମ,ଧ୍ୱଜ ଉତୋଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ଭୁବନେଶ୍ୱର ମହାନଗରର ଏକ ହଜାର ସ୍ୱୟଂସେବକ ପୂର୍ଣ୍ଣ ଗଣବେଶରେ ରହି ସମସ୍ତ ପ୍ରକାର
ଶାରୀରିକ କାର୍ଯ୍ୟକ୍ରମରେ ଭାଗନେଇଥିଲେ । ସେମାନେ ସୂର୍ଯ୍ୟନମସ୍କାର ଯୋଗାସନ, ଦଣ୍ଡବ୍ୟାୟାମ, ପତାକା ବ୍ୟାୟାମ ଓ ଘୋଷର ପ୍ରଦର୍ଶନ କରିଥିଲେ । ଦେଶାତ୍ମକ ସଂଗୀତ ଗାନପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ସଂଘର ଓଡିଶା,ପଶ୍ଚିମବଙ୍ଗ,ସିକିମ ଓ ଆଣ୍ଡାମାନନିକୋବର କ୍ଷେତ୍ରର କ୍ଷେତ୍ର ସଂଘଚାଳକ ଶ୍ରୀ ରଣେନ୍ଦ୍ରଲାଲ ବନ୍ଦୋପାଧ୍ୟାୟ, ଓଡିଶା ପ୍ରାନ୍ତ ସଂଘଚାଳକ ଶ୍ରୀ ବିପିନ ବିହାରୀ ନନ୍ଦ
ଓ ଭୁବନେଶ୍ୱର ମହାନଗର ସଂଘଚାଳକ ଶ୍ରୀ ବୈକୁଣ୍ଠନାଥ ସାହୁ ମଞ୍ଚାସୀନ ଥିଲେ ।

ମହାନଗର ଶାରିରୀକ ପ୍ରମୁଖ ଶ୍ରୀ ପ୍ରତାପ ଦ୍ୱିବେଦୀ ଶାରୀରିକ କାର୍ଯକ୍ରମକୁ ସଂଯୋଜନା କରିଥିବା ବେଳେ ବୌଦ୍ଧିକ ପ୍ରମୁଖ ଶ୍ରୀ ଦେବୀପ୍ରସାଦ ମିଶ୍ର ପରିଚୟ ପ୍ରଦାନ,ଧନ୍ୟବାଦ ସହ ଓ ସଂପୂଣ୍ଣ
କାର୍ଯକ୍ରମକୁ ପରିଚାଳନା କରିଥିଲେ ।

ବତର୍ମାନ ପରିସ୍ଥିତିରେ ସ୍ୱୟଂସେବକମାନଙ୍କର ଭୂମିକା ସଂପର୍କରେ ବୁଝାଇବା ପାଇଁ ପରମ ପୂଜନୀୟ ସରସଂଘଚାଳକ ଡା.ଭାଗବତ ବିଭିନ୍ନ ପ୍ରାନ୍ତ ଗସ୍ତ କରୁଛନ୍ତି । ଏହି ଅବସରରେ ସେ
ଚାରିଦିନିଆ ଓଡିଶା ଗସ୍ତରେ ଆସି ଗୁରୁବାର ଦିନ ଭୁବନେଶ୍ୱରରେ ପହଞ୍ଚିଥିଲେ ।

ଡା.ଭାଗବତ ୨୧ ତାରିଖ ଦିନ ସ୍ଥାନୀୟ ରୋଟାରୀ ଭବନରେ ଏକ ବୁଦ୍ଧିଜୀବି ସଂଗୋଷ୍ଠୀରେ ଓ ୨୨ତାରିଖ ଦିନ କଟକର କଳାବିକାଶ କେନ୍ଦ୍ରରେ ଅନୁଷ୍ଠିତ ଏକ ବୁଦ୍ଧିଜୀବି ସମ୍ମିଳନୀରେ
ଉଦ୍ବୋଧନ ଦେଇଥିଲେ । ଏତଦ୍ ବ୍ୟତୀତ ସେ ୨୩ ଓ ୨୪ ତାରିଖ ଦୁଇଦିନଧରି ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି ସଭାଗୃହରେ ସଂଘର ପ୍ରାନ୍ତ କାର୍ଯକାରିଣୀ ବୈଠକରେ
ଯୋଗଦେଇ ମାର୍ଗଦର୍ଶନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଆତଙ୍କବାଦ, ରାଜନେତା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version