Site icon Odisha.com

କଡ଼ା ସୁରକ୍ଷା ମଧ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃଆରୀ ୨୫,(ଓଡ଼ିଶା ଡ଼ଟ୍ କମ୍), ଚଳିତବର୍ଷ କଡ଼ା ସୁରକ୍ଷା ମଧ୍ୟରେ ୨,୪୯୪ଟି କେନ୍ଦ୍ରରେ ସୋମବାର ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେଉଛି ।

ମାଟ୍ରିକ୍ ପରୀକ୍ଷା (ରେଗୁଲାର ଓ ଏକ୍ସ-ରେଗୁଲାର କାର୍ଯ୍ୟସୂଚୀ) ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହେଉଥିବା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଚଳିତବର୍ଷ ରେଗୁଲାର ବିଭାଗରେ ମୋଟ ୫,୩୨,୪୨୯ଜଣ,ଏକ୍ସରେଗୁଲାର ରେ ୫୮,୨୩୦ଜଣ ପରୀକ୍ଷାର୍ଥୀ ଥିବାବେଳେ ମଧ୍ୟମାରେ ୧୬,୫୦୦ଜଣ ପରୀକ୍ଷାର୍ଥୀ ଅଛନ୍ତି ।

ପରୀକ୍ଷା ପରିଚଳାନା ଏବଂ ଏ ସଂକ୍ରାନ୍ତୀୟ ଅଭିଯୋଗ ଶୁଣିବା ପାଇଁ କଟକସ୍ଥିତ ମୁଖ୍ୟ କାର୍ଯାଳୟ ସମେତ ବ୍ରହ୍ମପୁର, ସମ୍ବଲପୁର, ଭୁବନେଶ୍ୱର ଏବଂ ବାଲେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯାଳୟଠାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି ।

ପରୀକ୍ଷାରେ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ଼ ବ୍ୟବସ୍ଥା ବୋର୍ଡ଼ ପକ୍ଷରୁ କରାଯାଇଛି । ସେଥିମଧ୍ୟରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧୀନରେ ୭୪ଟି,ଜୋନ୍ ରେ ୧୧ଟି ଓ କେନ୍ଦ୍ରୀୟ ସ୍ତରରେ ୫୦ଟି ସ୍କ୍ୱାଡ଼ ଗଠିତ ହୋଇଛି ।

ଏଥିସହ ୩ଟି ରାଜସ୍ୱ ଆୟୁକ୍ତଙ୍କ କାର୍ଯାଳୟ ଅଧୀନରେ ୩ଜଣ ଅଧୀକାରୀଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତ କରାଯାଇଛି । ଏହି ସ୍କ୍ୱାଡ଼ ଗୁଡ଼ିକ ବିଭିନ୍ନ ପରୀକ୍ଷା କେନ୍ଦ୍ର ଗସ୍ତ କରି କପି କରୁଥିବା ପରୀକ୍ଷାର୍ଥୀ ,କେନ୍ଦ୍ର ସୁପରିଟେଣ୍ଡେଣ୍ଟ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବେ ।

ଏଠାରେ ସୂଚନାଯୋଗ୍ୟ ଯେ,ଗତବର୍ଷ ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଏହାର ପୁନରାବୃତି ନହେବା ପାଇଁ ଚଳିତବର୍ଷ ୩୦୨ଟି ନୋଡ଼ାଲ କେନ୍ଦ୍ର ଖୋଲାଯାଇଛି ।

ପରୀକ୍ଷାକେନ୍ଦ୍ରରେ ପରୀକ୍ଷାର୍ଥୀ କପି କରୁଥିବା ସମୟରେ ଧରାପଡ଼ିଲେ ପରୀକ୍ଷାଗୃହରେ ଥିବା ନିରୀକ୍ଷକଙ୍କ ବିରୋଧରେ କଠୋର କାର୍ଯାନୁଷ୍ଟାନ ଗ୍ରହଣ କରାଯିବ ବୋର୍ଡ଼ ସଭାପତି ଡ଼ଃ ଦକ୍ଷପ୍ରସାନ୍ଦ
କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version