ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଫେବୃଆରୀ ୨୬(ଓଡ଼ିଶା ଡଟ୍ କମ୍), ଏକ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ସୋମବାର ସଂଧ୍ୟାରେ କଟକ ରେଭେନସା ବିଶ୍ୱବିଦ୍ୟାଳୟ ପରିସରରେ ଦୁଇ ଛାତ୍ର ଗୋଷ୍ଟୀଙ୍କ ମଧ୍ୟରେ ସଂଘର୍ଷ ଘଟି ପ୍ରାୟ ୧୫ଜଣ ଛାତ୍ର ଆହତ ହୋଇଛନ୍ତି ।
ଜଣେ ଛାତ୍ର ମଟରସାଇକେଲର ଇଣ୍ଡିକେଟର୍ ଜଳାଇ ନିଜ ଛାତ୍ରାବାସକୁ ଆସୁଥିବା ବେଳେ କେତେକ ଛାତ୍ରଙ୍କ ସହ ବଚସା ହେବାରୁ ଦୁଇଟି ଛାତ୍ରାବାସର ଛାତ୍ରମାନଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀମାନଙ୍କ ହସ୍ତକ୍ଷେପ ସତ୍ୱେ ଘଟଣା ଶାନ୍ତ ପଡ଼ି ନଥିଲା ।
ବିଶ୍ୱବିଦ୍ୟାଳୟ ପରିସରରେ ଉତେଜନା ଲାଗି ରହିଥିବା ବେଳେ କର୍ତୃପକ୍ଷଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ କରାଯାଇଛି । ଗଣ୍ଡଗୋଳରେ ଗୋଟିଏ ଛାତ୍ରାବାସର ବାରଲାଇଟ୍ ପଂଖା ଏବଂ କେତେକ ସାମଗ୍ରୀ ଭଙ୍ଗାରୁଜା ହୋଇଥିବା କୁହାଯାଇଛି ।
ଓଡ଼ିଶା ଡ଼ଟ୍ କମ୍