Site icon Odisha.com

ନୂଆ ଓଡ଼ିଆ ସିନେମା: ଜହ୍ନ ରାଇଜରେ ଘର କରିଛି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ ୨୫,(ଓଡ଼ିଶା ଡ଼ଟ୍ କମ୍)- ନିକଟରେ ଏକ ନୂଆ ଓଡ଼ିଆ ସିନେମା ମହୁରତ୍ ସାରି ସୁଟିଂ ଫ୍ଲୋର୍ କୁ ଆସୁଛି । ଯାହାର ନାମ ରହିଛି ଜହ୍ନ ରାଇଜରେ ଘର କରିଛି । ଏହି ସିନେମାଟିର ଦାଇତ୍ୱ ତିନିଜଣ ନବାଗତଙ୍କ ଉପରେ ନିର୍ଭର କରୁଛି ଯାହାକୁ କହନ୍ତି ତ୍ରିମୁର୍ତ୍ତି । ସେ ହେଉଛନ୍ତି ପ୍ରଯୋଜକ ଅକ୍ଷୟ ଦାଶ, ନିର୍ଦ୍ଦେଶକ ଚେତନ ଦିପ୍ତ ଓ ନାୟକ ମାନସ ।

ତେବେ ପ୍ରେମ କାହାଣୀ ଉପରେ ଆଧାରିତ ଉକ୍ତ ସିନେମାକୁ ସଫଳ କରିବା ପାଇଁ ଏହି ନବାଗତ ମାନେ ଅନେକ ଚିନ୍ତା କରି ଶେଷରେ ଏହି ନିଷ୍ପତି ନେଇଛନ୍ତି । ଉଭୟଙ୍କ ମଧ୍ୟରେ ଉତମ ବୁଝାବଣା ସହିତ ଖୁବ୍ ସହଯୋଗ ମଧ୍ୟ କରୁଥିବାର ଦେଖିବାକୁ ମିଳୁଛି ।

ତେବେ ଏହି ତ୍ରିମୂର୍ତ୍ତିଙ୍କ ପ୍ରୟାସ ନିଶ୍ଚିତ ସଫଳ ହେବ ବୋଲି ଆଶା କରାଯାଉଛି । ଉକ୍ତ ସିନେମାରେ ସଂଗୀତ ଦେଇଛନ୍ତି ପ୍ରେମ୍ ଆନନ୍ଦ ଓ ସଂଳାପ ଲେଖିଛନ୍ତି ଡ଼. ରଜନୀରଂଜନ । ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି ନବାଗତ ନାୟକ ମାନସ , ନବାଗତା ନାୟୀକା ମୋନାଲିସା , ବିଜୟ ମହାନ୍ତି , ଅସିତ ପତି, ସମରେସ, କେ.କେ, କୁମାର ଏବଂ କେତେକ ନୂଆ କଳାକାର ।

ଓଡ଼ିଶା ଡ଼ଟ୍ କମ୍

Exit mobile version