Site icon Odisha.com

ଯୌତୁକ ନିର୍ଯ୍ୟାତନା ମାମଲାରେ ରଘୁନାଥ ମହାନ୍ତି, ପତ୍ନୀ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୩୦ମାର୍ଚ,(ଓଡ଼ିଶା ଡ଼ଟ୍ କମ୍)-ବହୁ ଚର୍ଚିତ ବର୍ଷାସୋନି ଯୌତୁକ ନିର୍ଯ୍ୟାତନା ମାମଲାରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଏବଂ ତାଙ୍କ ପତ୍ନୀଙ୍କୁ ପୋଲିସ ଶନିବାର ଗିରଫ କରିଛି ।

ସେମାନେ କଲିକତାରେ ଏକ ଆପାର୍ଟମେଣ୍ଟରେ ଭଡ଼ା ନେଇ ସେଠାରେ ଲୁଚି ରହିଥିଲେ ବୋଲି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ବିଜୟ ଶର୍ମା ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି। ଏହା ପୂର୍ବରୁ ପୋଲିସ ମହାନ୍ତିଙ୍କ ପୁତ୍ର ରାଜାଶ୍ରୀଙ୍କୁ ମାର୍ଚ ୧୭ତାରିଖ ଗିରଫ କରିଥିଲେ ।

ରାଜାଶ୍ରୀଙ୍କ ପତ୍ନୀ ବର୍ଷା ବାଲେଶ୍ୱରରେ ତାଙ୍କୁ ବିବାହ ପରଠାରୁ ଯୌତୁକ ପାଇଁ ବିଭିନ୍ନ ସମୟରେ ନିର୍ଯ୍ୟାତନା ଦିଆଯାଉଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ବର୍ଷାଙ୍କ ଅଭିଯୋଗ ଅନୁଯାୟୀ ବିବାହ ସମୟରେ ତାଙ୍କ ବାପା ଯୌତୁକ ଦାବି ମୁତାବକ ନଗଦ୧୦ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ଦେଇଥିଲେ । କିନ୍ତୁ ତାଙ୍କୁ ଆହୁରି ୨୫ଲକ୍ଷ ଟଙ୍କା ଓ ଏକ ସ୍କର୍ପିଓ ଗାଡ଼ି ଆଣିବା ପାଇଁ ତାଙ୍କ ସ୍ୱାମୀ,ଶ୍ୱଶୁର, ଶାଶୂ ଓ ନଣନ୍ଦ ଚାପ ପକାଇ ଆସୁଥିଲେ ।

ଏହି ଅଭିଯୋଗ ପରେ ତାଙ୍କ ଶ୍ୱଶୁର ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଆଇନ,ଓ ସୂଚନା ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଥିଲା

ଏହି ଘଟଣାରେ ରଘୁନାଥ ମହାନ୍ତି ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରିବା ପାଇଁ ବର୍ଷା ଓ ବିରୋଧୀ ଦଳମାନଙ୍କ ତରଫରୁ ଚାପ ସୃଷ୍ଟି କରାଯାଇଥିଲା । ରାଜଶ୍ରୀ ମହାନ୍ତି ବର୍ଷା ସୋନିଙ୍କୁ ଜୁନ୨୦୧୨ରେ ବିବାହ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version