Site icon Odisha.com

କଥକର ଲୟକାରୀ ସହିତ ସିତାର ବାଦନରେ ଦର୍ଶକ ମନ୍ତ୍ରମୁଗ୍ଧ

ଗୁରୁ କେଳୁ ଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସନ୍ଧ୍ୟା

ଭୁବନେଶ୍ବର, ସେପ୍ଟେମ୍ବର 8 (ଓଡିଶା ଡଟ କମ ) ସୃଜନ ଅନୁଷ୍ଠାନ ଦ୍ଵାରା ଆୟୋଜିତ ଗୁରୁକେଳୁ ଚରଣ ମହାପାତ୍ର  ପୁରସ୍କାର ଉତ୍ସବର ସନ୍ଧ୍ୟା ଥିଲା ବିଶିଷ୍ଟ ନୃତ୍ୟ ଶିଳ୍ପୀ ପ୍ରଶାନ୍ତ ସାହାଙ୍କ ଦ୍ଵାରା କଥକ ନୃତ୍ୟ ଏବଂ ନୀଳାଦ୍ରି କୁମାର ଙ୍କ ଦ୍ଵାରା ସିତାର ବଦନ ।

ସନ୍ଧ୍ୟାର ପ୍ରଥମ କାର୍ଯକ୍ରମ ଆରମ୍ଭ ହୋଇଥିଲା ପ୍ରସିଦ୍ଧ କଥକ ନୃତ୍ୟଶିଳ୍ପୀ ପ୍ରଶାନ୍ତ ସାହାଙ୍କ ପରିବେଷଣରୁ । ସେ ପ୍ରଥମେ ମୀରାବାଇଙ୍କ ଭଜନ ମହ।ରୋ ପ୍ରଣାମ ପରିବେଷଣ କରିଥିଲେ ପରେ ପରେ ଶୁଦ୍ଧ ନୃତ୍ୟରେ ତିନ ତଳ ୧୬ ମାତ୍ରାରେ ଆକାର ଏବଂ ଗଜଲ ହମାର। ଦିଲ ସବେରେ କେ ସୁନହାର। ଜାମ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ ।

ଓଡିଶା ଡଟ କମ

Exit mobile version