Site icon Odisha.com

ହୁଦ ହୁଦ ବାତ୍ୟା ଆଶଙ୍କା ଯୋଗୁଁ ରାଜ୍ୟରେ ସତର୍କତା

 ପାଣିପାଗ ବିଭାଗ ଦ୍ଵାରା ଜାରି ସମୁଦ୍ରରେ ବାତ୍ୟାର ବର୍ତମାନର ଚିତ୍ର
ପାଣିପାଗ ବିଭାଗ ଦ୍ଵାରା ଜାରି ସମୁଦ୍ରରେ ବାତ୍ୟାର ବର୍ତମାନର ଚିତ୍ର

ପ୍ରଫୁଲ୍ଲ ଦାସ
ଭୁବନେଶ୍ଵର, ଅକ୍ଟୋବର ୮ (ଓଡିଶା ଡଟ କମ) ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଅବପାତ ଏବେ ଆଣ୍ଡାମାନ ଅତିକ୍ରମ କରି ଦେଶର ପୂର୍ବ ଉପକୂଳ ଦିଗକୁ ଅଗ୍ରସର ହେଉଥିବାରୁ କ୍ଷୟକ୍ଷତି ଆଶଙ୍କାରେ ଓଡିଶା ଓ ଆନ୍ଧ୍ର ପ୍ରଦେଶରେ ସରକାରଙ୍କ ତରଫରୁ ଏହାର ମୁକାବିଲା ପାଇଁ ବୁଧବାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରା ଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭୁବନେଶ୍ଵରରେ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ଏକ ବୈଠକ ଡକାଇ ବିଭିନ୍ନ ବିଭାଗର ମୁଖ୍ୟଙ୍କୁ ସବୁ ପ୍ରକାର ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେଇଛନ୍ତି । ରାଜ୍ୟ ରିଲିଫ କମିଶନରଙ୍କ କାର୍ଯ।ଳୟରୁ ଜାରି ସୂଚନା ଅନୁସାରେ ହୁଦ ହୁଦ ବାତ୍ୟା ଆସନ୍ତା ଅକ୍ଟୋବର ୧୨ ତାରିଖ ଦିନ ବିଶାଖାପାଟନାମ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ।ର ସମ୍ଭାବନ। ରହିଛି ।

ରାଜ୍ୟର ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ଓ ପୁରୀ ବିଶେଷ ଭାବେ ପ୍ରଭାବିତ ଆଶଙ୍କା ଥିବାରୁ ଉକ୍ତ ଜିଲା ମାନଙ୍କରେ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦେଶ ଦିଆଯିବ ସହ ଆବଶ୍ୟକ ପଡିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତ ରହିବାକୁ କୁହ।ଯାଇଛି ।

ଗତ ବର୍ଷ ଫାଇଲିନ ବାତ୍ୟା ବେଳେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ଦୁଇଶହ କିଲୋମିଟର ରହିଥିବା ବେଳେ ହୁଦ ହୁଦ ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଏହି ବେଗ ଘଣ୍ଟାପ୍ରତି ଏକଶହ ଚାଳିଶ କିଲୋମିଟର ହେବାର ସମ୍ଭାବନ। ଥିବା ପାଣିପାଗ ବିଭାଗ ପୂର୍ବ ଅନୁମାନ କରିଛି ।

ଓଡିଶା ଡଟ କମ

Exit mobile version