Site icon Odisha.com

କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀଙ୍କ ରାଉରକେଲା ଇସ୍ପାତ କାରଖାନା ପରିଦର୍ଶନ

ରାଉରକେଲା, ୨୮ ମାର୍ଚ (ଓଡିଶା ଡଟ କମ) କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଜ୍ୟମନ୍ତ୍ରୀ (ସ୍ଵାଧୀନ), ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଦିନିକିଆ ଗସ୍ତରେ ଆସି ଶନିବାର ରାଉରକେଲା ପହଞ୍ଚିଥିଲେ ।

ତାଙ୍କ ସହିତ ସେଲ ଅଧ୍ୟକ୍ଷ, ସି ଏସ ବର୍ମା, ସେଲ ବୈଷୟିକ ନିର୍ଦ୍ଦେଶକ, ଏସ ଏସ ମହାନ୍ତି, ଇସ୍ପାତ ଯୁଗ୍ମ ସଚିବ, ଏସ ଆବାସୀ ଏବଂ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ, ନିକୁଞ୍ଜ ଶ୍ରୀବାସ୍ତବ ମଧ୍ୟ ଗସ୍ତରେ ସାମିଲ ଅଛନ୍ତି ।

ଅତିଥି ମାନଙ୍କୁ ବିମାନ ବନ୍ଦର ଠାରେ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ, ଶ୍ରୀ ଜୁଏଲ ଓରାମ, ରାଉରକେଲା ବିଧାୟକ ଦିଲୀପ ରାୟ, ଆରଏସପିର ସିଇଓ, ଜି ଏସ ପ୍ରସାଦ, ସୁନ୍ଦରଗଡ ଜିଲ୍ଲାପାଳ, ବି ଏସ ପୂନିୟା, ରାଉରକେଲା ଏସପି, ଅନିରୁଦ୍ଧ ସିଂହ, ଆରଏସପିର ନିର୍ବାହୀ ନିର୍ଦ୍ଦେଶକଗଣ ତଥା ଆରଏସପି ଓ ସିଆଇଏସଏଫର ଅନ୍ୟ ବହୁ ବରିଷ୍ଠ ଅଧିକାରୀ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଅତିଥି ମାନେ ଆରଏସପିର ସିଇଓ ପ୍ରସାଦ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ପ୍ରସ୍ତାବିତ ଗସ୍ତ ନିମନ୍ତେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ ଏବଂ ଉକ୍ତ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ପରେ ପରିଦର୍ଶନକାରୀ ଅତିଥିଗଣ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କେରିଥିଲେ। ତାଙ୍କୁ ବିମାନ ବନ୍ଦର ଠାରେ ରାଉରକେଲାର ବହୁ ଗଣ୍ୟମାନ୍ୟ ବ୍ୟକ୍ତିମାନେ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।

ଓଡିଶା ଡଟ କମ

Exit mobile version