Site icon Odisha.com

ଟାଟା ଷ୍ଟିଲ କଳିଙ୍ଗନଗର ପ୍ରକଳ୍ପରେ ସୁରକ୍ଷା ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର, ମାର୍ଚ୍ଚ ୨୮ (ଓଡିଶା ଡଟ କମ ) ସୁରକ୍ଷାକୁ ଅଗ୍ରାଧିକାର ଦେଉଥିବା ବୃହତ୍ ଇସ୍ପାତ କମ୍ପାନୀ ଟାଟା ଷ୍ଟିଲ ପକ୍ଷରୁ ଶନିବାର କଳିଙ୍ଗନଗର ପ୍ରକଳ୍ପରେ ‘ମୁଁ ……… ଶୂନ୍ୟ ପାଇଁ ପ୍ରତିଶ୍ରୁତିବଦ୍ଧ’ ନାମକ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରାଯାଇଛି ।

କଳିଙ୍ଗନଗର ପ୍ରକଳ୍ପ ସାଧାରଣ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ସୁରକ୍ଷା ବିଭାଗର ଭାଇସ ପ୍ରେସିଡେଣ୍ଟ ଜେଫ୍ରି ଏ ଫରଗାଙ୍ଗ୍ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଟାଟା ଷ୍ଟିଲ କର୍ପୋରେଟ୍ ସୁରକ୍ଷା ବିଭାଗର ମୁଖ୍ୟ ଶ୍ୟାମ ସୁନ୍ଦର, ସିଏସ୍ଆଇ ବିଭାଗର ମୁଖ୍ୟ ଡି ଏନ୍ ଝା, ଓ କଳିଙ୍ଗନଗର ପ୍ରକଳ୍ପ ଲୌହ ନିର୍ମାଣ ପ୍ରକଳ୍ପ, ସୁରକ୍ଷା ଓ ଗୁଣବତ୍ତା ବିଭାଗର ମୁଖ୍ୟ ଅଜିତ ଡି କୋଠାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଶୂନ୍ୟ ଦୁର୍ଘଟଣା ହାସଲ କରିବା ପାଇଁ ୬ଟି ସୁରକ୍ଷା ରଣନୀତିର ଅୟମାରମ୍ଭ କରାଯାଇଥିଲା । ଏହି ରଣନୀତି ଗୁଡିକ ସୁରକ୍ଷା ନେତୃତ୍ୱ ବିକାଶ, ସାଂଗଠନିକ ସୁରକ୍ଷା ଦକ୍ଷତା ଓ ସାମର୍ଥ୍ୟର ବିକାଶ, ଠିକାଦାରଙ୍କ ସୁରକ୍ଷା ତଥା ଆପଦ ପରିଚାଳନା, ସଡ଼କ ଓ ରେଳ ସୁରକ୍ଷା ପରିଚାଳନା, ସମନ୍ୱିତ ଜରୁରୀକାଳୀନ ପଦକ୍ଷେପ, ଭିତ୍ତିଭୂମି ସମନ୍ୱୟ ପରିଚାଳନା ଓ ବୃତ୍ତିଗତ ସ୍ୱାସ୍ଥ୍ୟ ଏବଂ ଶିଳ୍ପଜନିତ ସ୍ୱାସ୍ଥ୍ୟ ରକ୍ଷା ହାସଲ କରିବା ପାଇଁ ଉଦିଷ୍ଟ ।

ଫରଗାଙ୍ଗ୍ କହିଥିଲେ ଯେ ସୁରକ୍ଷା ସଂସ୍କୃତି ସୃଷ୍ଟି କରିବା ପାଇଁ ଆମ ଅଭ୍ୟାସରେ ଏହାକୁ ସାମିଲ କରିବା ଆବଶ୍ୟକ । କଳିଙ୍ଗନଗର ପ୍ରକଳ୍ପରେ କର୍ମଚାରୀ ଓ ଠିକାଦାରଙ୍କ ପାଇଁ ସୁରକ୍ଷିତ କାର୍ଯ୍ୟ ପରିବେଶ ନିଶ୍ଚିତ କରିବା ଜୁରୁରୀ ବୋଲି କଳିଙ୍ଗନଗର ପ୍ରକଳ୍ପ ସିଏସ୍ଆଇ ବିଭାଗର ମୁଖ୍ୟ ଡି ଏନ୍ ଝା କହିଥିଲେ । ଏହି ଅବସରରେ ‘ମୁୁଁ ଶୂନ୍ୟ ପ୍ରତି ପ୍ରତିଶ୍ରୁତିବଦ୍ଧ’ ଷ୍ଟିକ୍ର ମଧ୍ୟ ଉନ୍ମୋଚନ କରାଯାଇଥିଲା ।

ଉନ୍ନତମାନର ଇସ୍ପାତ ନିର୍ମାଣ ସହ ସୁରକ୍ଷା କ୍ଷେତ୍ରରେ ଉକôର୍ଷ ହାସଲ ପାଇଁ ଟାଟା ଷ୍ଟିଲ ଅଙ୍ଗୀକାରବଦ୍ଧ । ଏହି ଅଭିଯାନ ମଧ୍ୟ ସମାନ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଛି ।

ଏହାପୂର୍ବରୁ କମ୍ପାନୀ ପକ୍ଷରୁ କାର୍ଯ୍ୟକ୍ଷେତ୍ରରେ ଠିକାଦାର ଓ କର୍ମଚାରୀଙ୍କୁ ଶୂନ୍ୟ କ୍ଷତି ନିଶ୍ଚିତ କରିବା ପାଇଁ ଖୋଜନ୍ତୁ, ମାନନ୍ତୁ ଓ ଠିକ୍ କରନ୍ତୁ ନାମକ ଅଭିଯାନର ଶୁଭାରମ୍ଭ କରାଯାଇଥିଲା ।

ଟାଟା ଷ୍ଟିଲ ନିଜ କାର୍ଯ୍ୟକ୍ଷେତ୍ରରେ ସ୍ୱାସ୍ଥ୍ୟ ଓ ସୁରକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ କରିବାରେ ସଫଳତା ହାସଲ କରିଛି । ନିଜ କର୍ମଚାରୀ ଓ ଠିକାଦାରଙ୍କ ମଧ୍ୟରେ ସୁରକ୍ଷା ସଂସ୍କୃତିର ସ୍ଥାପନା ପାଇଁ କମ୍ପାନୀ ପକ୍ଷରୁ ଡୁପଣ୍ଟ ଭଳି କାର୍ଯ୍ୟକର୍ମମାନ କରାଯାଉଛି । କର୍ପୋରେଟ୍ ସୁରକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ମହାପ୍ରବନ୍ଧକ ଚନ୍ଦ୍ର ସରନ୍ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

ଓଡିଶା ଡଟ କମ

Exit mobile version