Site icon Odisha.com

ପୁରୀରେ ଟ୍ରାଫିକ୍ ପୋଲିସ ଥାନା ପାଇଁ ୩୦ ପଦବୀ ମଂଜୁର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦାଦାତା

ଭୁବନେଶ୍ଵର ମାର୍ଚ୍ଚ 30 (ଓଡ଼ିଶା ଡ଼ଟ୍ କମ୍)-ନବକଳେବର ରେ ବ୍ୟାପକ ଯାତ୍ରୀ ସମାଗମ କୁ ଦୃଷ୍ଟିରେ ରଖି ଟ୍ରାଫିକ୍ ସୁପରିଚାଳନା ନିମନ୍ତେ ପୁରୀଠାରେ ପ୍ରତିଷ୍ଠା ହୋଇଥିବା ଟ୍ରାଫିକ ପୋଲିସ ଥାନା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୦ଟି ପଦବୀ ମଂଜୁରୀ କରିଛନ୍ତି ।

ଟ୍ରାଫିକ ନିରୀକ୍ଷକ ପାଇଁ ଗୋଟିଏ ପଦବୀ ମଂଜୁର କରାଯାଇଥିବା ବେଳେ ସହ ନିରୀକ୍ଷକ ପାହ୍ୟାରେ ତିନୋଟି, ସହକାରୀ ସହ ନିରୀକ୍ଷକ ପଦବୀର ରେ ଛଅଗୋଟି ଓ କନେଷ୍ଟବଳ ପାହ୍ୟାରେ କୋଡ଼ିଏଟି ପଦବୀ ମଂଜୁର କରାଯାଇଛି । ନିଯୁକ୍ତି ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଫିସ ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version