• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବରିଷ୍ଠ ନାଗରିକଙ୍କ ନିମନ୍ତେ ଉଦ୍ଧିଷ୍ଟ ଚିଠାନୀତି ଚୂଡାନ୍ତ ପାଇଁ ଦାବି

March 31, 2015 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ମାର୍ଚ ୩୧ (ଓଡିଶା ଡଟ କମ) ବରିଷ୍ଠ ନାରଗିକ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ରାଜ୍ୟ ଚିଠାନୀତି ପ୍ରସ୍ତାବିତ ହେବାର ଦୀର୍ଘ ଚାରି ବର୍ଷ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚୂଡାନ୍ତ ହୋଇପାରି ନ ଥିବା ହେଲ୍ପଏଜ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ରାଜ୍ୟ ଓ ଏହାର ବରିଷ୍ଠ ନାଗରିକ ଶୀର୍ଷକ କର୍ମଶାଳାରେ ଉପସ୍ଥିତ ଅତିଥି ମାନେ ମତ ପୋଷଣ କରିଥିଲେ ।

photo 03ସୋମବାର ଆୟୋଜିତ ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ବରିଷ୍ଠ ନାଗରିକ ଆସୋସିଏସନରୁ ଆସିଥିବା ୭୦ରୁ ଅଧିକ ବ୍ୟକ୍ତି ଯୋଗଦାନ କରିଥିଲେ ।

ରାଜ୍ୟରେ ବରିଷ୍ଠ ନାଗରିକ ମାନଙ୍କର ସମସ୍ୟା ଓ ରାଜ୍ୟ ସରକାରଙ୍କ ଏହାପ୍ରତି ଆଭିମୂଖ୍ୟ କୁ ନେଇ ଏହି ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ କରାଯାଇଥିଲା । ଏଥିରେ ହେଲ୍ପଏଜ୍ ଇଣ୍ଡିଆର ରାଜ୍ୟ ଶାଖା ମୂଖ୍ୟ ଭାରତୀ ଚକ୍ର ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହିତ ରାଜ୍ୟ ସରକାର ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଏପ୍ରିଲ ପହିଲାରୁ ଏକ ସ୍ୱତନ୍ତ୍ର ବିଭାଗ ଘୋଷଣା କରିବାକୁ ଯାଉଥିବା ବିଷୟକୁ ସ୍ୱାଗତ ଯୋଗ୍ୟ ପଦେକ୍ଷପ ବୋଲି ମତ ରଖିଥିଲେ ।

ଏହି ଆଲୋଚନା ଚକ୍ରରେ ରାଜ୍ୟ ବରିଷ୍ଠ ନାଗରିକ ଫେଡେରେସନ୍ ର ସଭାପତି ଶ୍ରୀ କୃପାସିନ୍ଧୁ ସାହୁ ଓଡିଶା ବରିଷ୍ଠ ନାଗରିକ ଚିଠା ନୀତି ବାବଦରେ ସୂଚନା ପ୍ରଦାନ କରିଥିଲେ ଓ ଏହାର ପ୍ରସ୍ତୁତିରେ ହେଲ୍ପଏଜ୍ ଇଣ୍ଡିଆ ତଥା ରାଜ୍ୟ ବରିଷ୍ଠ ନାଗରିକ ଫେଡେରେସନ୍ ର ଭୂମିକା ବାବଦରେ ଆଲୋକପାତ କରିଥିଲେ ।

ଏହା ସହିତ ଏ ପର୍ଯ୍ୟନ୍ତ ଦୀର୍ଘ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଚିଠାନୀତି ଚୂଡାନ୍ତ ହୋଇପାରିନଥିବା କ୍ଷୋଭର ବିଷୟ ବୋଲି ପ୍ରକାଶ କରିଥିଲେ । ସେ ଆହୁରି ମଧ୍ୟ ସାର୍ବଜନୀନ ପେନସନ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ତଥା ପ୍ରତି ଜିଲ୍ଲା ଠାରେ ମଡେଲ୍ ବୃଦ୍ଧାଶ୍ରମ ନିର୍ମାଣ ପାଇଁ ଦାବୀ ଉପସ୍ଥାପନା କରିଥିଲେ ।

ରାଜ୍ୟ ବରିଷ୍ଠ ନାଗରିକ ଫେଡେରେସନ୍ ର ସେକ୍ରେଟାରୀ ଯୁଗଳ କିଶୋର ସାହୁ ସାର୍ବଜନୀନ ପେନସନ୍ କୁ ଅତି କମ୍ ରେ ୧୦୦୦ ଟଙ୍କା, ଯାହାକି ଯେକୈାଣସି ମାନବିକ ମାନଦଂଡରେ ସର୍ବନିମ୍ନ ସ୍ତର, କରିବାକୁ ଦାବୀ ଜଣାଇଥିଲେ ।

ବରିଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ସାର୍ବଜନୀନ ସ୍ୱାସ୍ଥ୍ୟ ବୀମା ପାଇଁ ମଧ୍ୟ ସେ ଦାବୀ ଉପସ୍ଥାପନ କରିଥିଲେ । କର୍ମଶାଳାରେ ଉପସ୍ଥିତ ଡାଃ. କେ.ପି.ବି. ପଟନାୟକ, ଯୁଗ୍ମ ନିଦେ୍ର୍ଧଶକ, ସ୍ୱାସ୍ଥ୍ୟ ସେବା, ଓଡିଶା ସରକାର ନିଜର ମତ ରଖି ଓଡିଶା ସରକାରଙ୍କର ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ବିଭିନ୍ନ ସୁବିଧା ବାବଦରେ ଆଲୋଚନା କରିଥିଲେ ଏବଂ ଆଗାମୀ ଦିନରେ ସରକାର ଆହୁରି ଅନେକ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଜଣାଇ ଥିଲେ ।

ଏହି କର୍ମଶାଳାର ଅଧ୍ୟକ୍ଷତା କରି ଜଗଦାନନ୍ଦ ଆହ୍ୱାନ ଦେଇଥିଲେ ଯେ ଏହି ରାଜ୍ୟ ବରିଷ୍ଠ ନାଗରିକ ଚିଠା ନୀତି କୁ ସାମ୍ପ୍ରତିକ ପରିସ୍ଥିତିରେ ପୁଣି ଥରେ ଅନୁଶୀଳନ କରିବାର ଆବଶ୍ୟକତା ରହିଛି ଏବଂ ସରକାରଙ୍କ ପାଖରେ ଏହାର ଯଥାଶିଘ୍ର ପ୍ରଣୟନ ପାଇଁ ଦାବୀ ଉପସ୍ଥାପନାର ଆବଶ୍ୟକତା ରହିଛି ।

ଆଗାମୀ ଉତ୍କଳ ଦିବସରେ ସରକାର ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଏକ ନୂତନ ବିଭାଗ ଖୋଲିବା ପରିପ୍ରେକ୍ଷୀ ରେ ଏହା ନିତାନ୍ତ ଅପରିହାର୍ଯ୍ୟ ହୋଇପଡିଛି । ସେ ମଧ୍ୟ ସ୍ୱେଚ୍ଛାସେବୀ ହେବା ପାଇଁ ତଥା ନିଜକୁ ନିଜେ ସାହାଯ୍ୟ କରିବା ସହିତ ସଂଗଠିତ ହେବା ପାଇଁ ଆହ୍ୱାନ ଦେଇଥିଲେ ।

ଏହି ଆଲୋଚନା ଚକ୍ରରେ ଉପସ୍ଥିତ ଅଂଶଗ୍ରହଣକାରୀ ବରିଷ୍ଠ ନାଗରିକମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଯଥା ସ୍ୱାସ୍ଥ୍ୟସେବା, ଇନସୁରାନ୍ସ, ପରିବହନ, ଏକାକୀତ୍ୱ, ସୁରକ୍ଷା ଆଦି ବାବଦରେ ଆଲୋଚନା କରିବା ସହିତ ସରକାର ଏହାର ସମାଧାନ ଦିଗରେ କଣ ପଦକ୍ଷେପ ନେଉଛନ୍ତି ସେ ବାବଦରେ ପ୍ରଶ୍ନ କରିଥିଲେ ।

ଶେଷରେ ହେଲ୍ପଏଜ୍ ଇଣ୍ଡିଆ ତରଫରୁ ଶ୍ରୀ ରଂଜୟ ଦାସ, ପ୍ରୋଗ୍ରାମ ମାନେଜର ଧନ୍ୟବାଦ ଅର୍ପଣ କରିଥିଲେ ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସ୍ୱାସ୍ଥ୍ୟ Tagged With: ରାଜ୍ୟ ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟସେବା, ସ୍ୱେଚ୍ଛାସେବୀ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version