• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଦ୍ୟୁତ ଶୁଳ୍କ ବୃଦ୍ଧି ବିରୋଧରେ ଏସ୍.ୟୁ.ସି.ଆଇ(ସି)ର ପ୍ରତିବାଦ ପ୍ରଦର୍ଶନ

March 31, 2015 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ମାର୍ଚ ୩୧ (ଓଡିଶା ଡଟ କମ) ବିଦ୍ୟୁତ ଶୁଳ୍କ ବୃଦ୍ଧି ବିରୁଦ୍ଧରେ ସୋସାଲିଷ୍ଟ ୟୁନିଟି ସେଣ୍ଟର ଅଫ୍ ଇଣ୍ଡିଆ (କମୁ୍ୟନିଷ୍ଟ) ଓଡିଶା ରାଜ୍ୟ କମିଟି ପକ୍ଷରୁ ମଙ୍ଗଳବାର ରାଜ୍ୟ ବ୍ୟାପୀ ପ୍ରତିରୋଧ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି ।

ଏହି ପରିପେକ୍ଷୀରେ ଏସ୍.ୟୁ.ସି.ଆଇ(ସି) ଭୁବନେଶ୍ୱର ଲୋକାଲ କମିଟିର ସଂପାଦକ ପୂର୍ଣ୍ଣ ବେହେରା, ସଦସ୍ୟ ସନ୍ତୋଷ ରଥ, ରାଜେନ୍ଦ୍ର ବର୍ମ୍ମା, ନିରଞ୍ଜନ ମହାନ୍ତି, ସୁବାସ ନାୟକ ଓ ପ୍ରଭାମଂଜୁଳା ବ୍ରହ୍ମଙ୍କ ନେତୃତ୍ୱରେ ଓ.ଇ.ଆର.ସି ଅଫିସ୍ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରଯାଇଥିଲା। ବିକ୍ଷୋଭକାରୀମାନେ ପାୱାର ହାଉସ୍ ଛକରୁ ଏକ ପଟୁଆରରେ ବାହାରି ଓ.ଇ.ଆର.ସି ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ବିକ୍ଷୋଭକାରୀମାନଙ୍କୁ ଅତ୍ୟନ୍ତ ଅନ୍ୟାୟ ଓ ଅଗଣତାନ୍ତ୍ରିକ ଭାବରେ ରାଜ୍ୟ ସରକାର ଗିରଫ କରି ଥିବା ଏସ୍.ୟୁ.ସି.ଆଇ(ସି) ଅଭିଯୋଗ କରିଛି ।

ଏହାକୁ ଏସ୍.ୟୁ.ସି.ଆଇ(ସି)ର ରାଜ୍ୟ ସମ୍ପାଦକ ଶ୍ରୀ ଧୁର୍ଜ୍ଜଟୀ ଦାସ ତୀବ୍ର ନିନ୍ଦା କରି ଏକ ପ୍ରେସ୍ ବିବୃତି ମାଧ୍ୟମରେ କହିଛନ୍ତି ଯେ, ରାଜ୍ୟର ବି.ଜେ.ଡି ସରକାର ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ନକରି ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରୁଥିବା ଜନସାଧାରଣଙ୍କୁ ଗିରଫ କରିବା ଅତ୍ୟନ୍ତ ଅନ୍ୟାୟ ଓ ଚରମ ଜନବିରୋଧି ପଦକ୍ଷେପ, ଯାହାକୁ ରାଜ୍ୟବାସୀ କଦାପି ବରଦାସ୍ତ କରିବେ ନାହିଁ ।

ଅବିଳମ୍ବେ ସରକାର ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ତଥା ବିଦ୍ୟୁତ ସେବାର ଘରୋଇକରଣ ବାତିଲ କରିବାକୁ ଦାସ ଦାବି କରିବା ସହିତ ଦାବି ପୁରଣ ନହେବା ଯାଏଁ ଶକ୍ତିଶାଳୀ ଦୀର୍ଘସ୍ଥାୟୀ ଗଣ ଆନ୍ଦୋଳନ ଗଢିତୋଳିବାକୁ ରାଜ୍ୟବାସୀଙ୍କୁ ସେ ଆହ୍ୱାନ ଦେଇଛନ୍ତି ।

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ରାଜନୀତି Tagged With: ଆନ୍ଦୋଳନ, ବିଦ୍ୟୁତ ଶୁଳ୍କ ବୃଦ୍ଧି

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version