Site icon Odisha.com

ଖଣି ଅଂଚଳର ବିକାଶ ପାଇଁ ଫାଉଣ୍ଡେସନ ଗଠନ ଯୋଜନା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଏପ୍ରିଲ୪(ଓଡ଼ଶା ଡ଼ଟ୍ କମ୍)ଖଣି ଅଂଚଳର ବିକାଶ ପାଇଁ ରାଜ୍ୟ ସରକାର ଜିଲା ସ୍ତରୀୟ ଡିସଟ୍ରିକ୍ଟ ମିନେରାଲ୍ ଫାଉଣ୍ଡେସନ ସ୍ଥାପନ କରିବ। ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଆସନ୍ତା ଦୁଇ ମାସ ମଧ୍ୟରେ ଏହି ଫାଇଣ୍ଡେସନ କାର୍ଯ୍ୟକ୍ଷମ ହେବ ବୋଲି ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସୁଚନା ଦେଇଛନ୍ତି । ଏହି ଫାଉଣ୍ଡେସନ୍ ପାଇଁ ବିଭାଗ ପକ୍ଷରୁ ଚିଠା ପ୍ରସ୍ତୁତ ହୋଇସାରିଥିବା ମନ୍ତ୍ରୀ କହିଛନ୍ତି ।

ଏହି ଫାଉଣ୍ଡେସନ ସ୍ଥାପନ ହେଲେ ସରକାର ପ୍ରାୟ ଦୁଇହଜାର କୋଟି ଟଙ୍କା ରାଜ୍ୟର ଖଣି ଅଂଚଳରେ ବାସ କରୁଥିବା ଗରିବ ଆଦିବାସୀ ମାନଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରିବାପାଇଁ ସୁଯୋଗ ପାଇବେ ।

ପାର୍ଲିଆମେଣ୍ଟରେ ଖଣି ଓ ଖଣିଜ ସମ୍ପଦ ବିକାଶ ନିୟନ୍ତ୍ରଣ ସଂଶୋଧନ ଅଧିନିୟମ ସଂକ୍ରାନ୍ତ ବିଲ ଆଗତ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଣି ଅଂଚଳର ଲୋକମାନଙ୍କ ବିକାଶ ପାଇଁ ଅତିରିକ୍ତ ପାଣ୍ଠି ନିମନ୍ତେ ଳଗାତାର ଭାବେ ଦାବି କରିଥିଲେ । ରୟାଲିଟି ସଂପର୍କିତ ଲେଭି ଅର୍ଥରୁ ଖଣି ଅଂଚଳରେ ବାସ କରୁଥିବା ଗରିବ ଆଦିବାସୀ ମାନଙ୍କ କଲ୍ୟାଣ ପାଇଁ ଖର୍ଚ କରିବାକୁ କେନ୍ଦ୍ର ସରକାର ରାଜ୍ୟକୁ ପ୍ରସ୍ତାବ ଦେଇଥିଲେ ।

ଓଡ଼ଶା ଡ଼ଟ୍ କମ୍

Exit mobile version