• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

୧୮ ବନ୍ଦ ଲୁହାପଥର ଖଣି ଚାଲୁ କରିବା ପାଇଁ ସୁପାରିଶ

April 4, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୪ (ଓଡିଶା ଡଟ କମ) ରାଜ୍ୟ ସରକାରଙ୍କ ଏକ ଅଫିସର ସ୍ତରୀୟ କମିଟି ଗତ ବର୍ଷ ଠାରୁ ବନ୍ଦ ରହିଥିବା ୧୮ ଲୁହାପଥର ଖଣିକୁ ଚାଲୁକରିବା ପାଇଁ ଶନିବାର ସୁପାରିଶ କରିଛନ୍ତି।

iron oreଖଣି ଲିଜ ନବୀକରଣ ଓ ଅନ୍ୟ।ନ୍ୟ ଅ।ନୁସଙ୍ଗିକ ସ୍ଵିକୃତି ପାଇନଥିବାରୁ ଗତବର୍ଷ ସୁପ୍ରିମ କୋର୍ଟ ୨୬ ଖଣିକୁ ବନ୍ଦ କରିବାକୁ ଆଦେଶ ଦେଇ ରାଜ୍ୟସରକାରଙ୍କୁ ଏହାଉପରେ ନିଷ୍ପତି ନେବାପାଇଁ ଆଦେଶ ଦେଇଥିଲେ।

ଯଦିଓ ସରକାର ଟାଟା ଷ୍ଟିଲ, ଓଡିଶା ମାଇନିଙ୍ଗ କର୍ପୋରେଶନ ଓ ଅନ୍ୟକେତେକ କମ୍ପାନିର ଆଠୋଟି ଖଣିକୁ ଚାଲୁକରିବା ପାଇଁ ସାମୟିକ ଏକ୍ସପ୍ରେସ ଅର୍ଡର ଜାରିକରିଥିଲେ, ଏହି ୧୮ ଟି ଖଣିଉପରେ କିଛି  ନିଷ୍ପତି ହୋଇନଥିଲା ।

ସରକାରଙ୍କ ଏହି କମିଟି ନିକଟରେ ସଂଶୋଧିତ ହୋଇଥିବା ଏମ ଏମ ଡି ଆର ଆକ୍ଟ ଅନୁସାରେ ଏହି ଖଣିଗୁଡିକ ଚାଲୁ କରିବା ପାଇଁ ସୁପାରିଶ କରିଥିବା ଖଣିବିଭାଗ ନିର୍ଦେଶକ ଦୀପକ ମହାନ୍ତି ଓଡିଶା ଡଟ  କମକୁ କହିଛନ୍ତି ।

ଯଦି ରାଜ୍ୟସରକାର ଏହି ସୁପାରିଶକୁ ଗ୍ରହଣ କରନ୍ତି ଆସନ୍ତା ଦଶ ଦିନ ମଧ୍ୟରେ ଏହିଖଣିଗୁଡିକ ଚାଲିବ। ପ୍ରକ୍ରିୟା ଆରମ୍ଭ ହେବ, ସେ କହିଛନ୍ତି।

ମାର୍ଚ 31 ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ଓଡିଶା ପ୍ରାୟ ୫୧ ମିଲିୟନ ଟନ ଲୁହାପଥର ଉତ୍ପାଦନ କରିଥିଲା। ବନ୍ଦଥିବା ୧୮ ଖଣି ଚାଲୁହେଲେ ଚଳିତ ଆର୍ଥିକ ବର୍ଷରେ ଏହାର ପରିମାଣ ୭୦ ମିଲିୟନ ଟନକୁ ବୃଦ୍ଧି ପାଇବା ।

ଏହି କମିଟି ସାମୟିକ ଏକ୍ସପ୍ରେସ ଅର୍ଡରରେ ଚାଲୁଥିବା ଅ।ଠୋଟି ଖଣିର ମଧ୍ୟ ଲିଜ ନବୀକରଣ କରି ତାଙ୍କୁ ଉତ୍ପାଦନ ଚାଲୁରଖିବା ପାଇଁ ଅନୁମତି ଦେବାକୁ ସୁପାରିଶ କରିଛନ୍ତି।
ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଖଣି, ଲୁହାପଥର

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version