Site icon Odisha.com

୧୮ ବନ୍ଦ ଲୁହାପଥର ଖଣି ଚାଲୁ କରିବା ପାଇଁ ସୁପାରିଶ

ଭୁବନେଶ୍ଵର, ଏପ୍ରିଲ ୪ (ଓଡିଶା ଡଟ କମ) ରାଜ୍ୟ ସରକାରଙ୍କ ଏକ ଅଫିସର ସ୍ତରୀୟ କମିଟି ଗତ ବର୍ଷ ଠାରୁ ବନ୍ଦ ରହିଥିବା ୧୮ ଲୁହାପଥର ଖଣିକୁ ଚାଲୁକରିବା ପାଇଁ ଶନିବାର ସୁପାରିଶ କରିଛନ୍ତି।

ଖଣି ଲିଜ ନବୀକରଣ ଓ ଅନ୍ୟ।ନ୍ୟ ଅ।ନୁସଙ୍ଗିକ ସ୍ଵିକୃତି ପାଇନଥିବାରୁ ଗତବର୍ଷ ସୁପ୍ରିମ କୋର୍ଟ ୨୬ ଖଣିକୁ ବନ୍ଦ କରିବାକୁ ଆଦେଶ ଦେଇ ରାଜ୍ୟସରକାରଙ୍କୁ ଏହାଉପରେ ନିଷ୍ପତି ନେବାପାଇଁ ଆଦେଶ ଦେଇଥିଲେ।

ଯଦିଓ ସରକାର ଟାଟା ଷ୍ଟିଲ, ଓଡିଶା ମାଇନିଙ୍ଗ କର୍ପୋରେଶନ ଓ ଅନ୍ୟକେତେକ କମ୍ପାନିର ଆଠୋଟି ଖଣିକୁ ଚାଲୁକରିବା ପାଇଁ ସାମୟିକ ଏକ୍ସପ୍ରେସ ଅର୍ଡର ଜାରିକରିଥିଲେ, ଏହି ୧୮ ଟି ଖଣିଉପରେ କିଛି  ନିଷ୍ପତି ହୋଇନଥିଲା ।

ସରକାରଙ୍କ ଏହି କମିଟି ନିକଟରେ ସଂଶୋଧିତ ହୋଇଥିବା ଏମ ଏମ ଡି ଆର ଆକ୍ଟ ଅନୁସାରେ ଏହି ଖଣିଗୁଡିକ ଚାଲୁ କରିବା ପାଇଁ ସୁପାରିଶ କରିଥିବା ଖଣିବିଭାଗ ନିର୍ଦେଶକ ଦୀପକ ମହାନ୍ତି ଓଡିଶା ଡଟ  କମକୁ କହିଛନ୍ତି ।

ଯଦି ରାଜ୍ୟସରକାର ଏହି ସୁପାରିଶକୁ ଗ୍ରହଣ କରନ୍ତି ଆସନ୍ତା ଦଶ ଦିନ ମଧ୍ୟରେ ଏହିଖଣିଗୁଡିକ ଚାଲିବ। ପ୍ରକ୍ରିୟା ଆରମ୍ଭ ହେବ, ସେ କହିଛନ୍ତି।

ମାର୍ଚ 31 ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ଓଡିଶା ପ୍ରାୟ ୫୧ ମିଲିୟନ ଟନ ଲୁହାପଥର ଉତ୍ପାଦନ କରିଥିଲା। ବନ୍ଦଥିବା ୧୮ ଖଣି ଚାଲୁହେଲେ ଚଳିତ ଆର୍ଥିକ ବର୍ଷରେ ଏହାର ପରିମାଣ ୭୦ ମିଲିୟନ ଟନକୁ ବୃଦ୍ଧି ପାଇବା ।

ଏହି କମିଟି ସାମୟିକ ଏକ୍ସପ୍ରେସ ଅର୍ଡରରେ ଚାଲୁଥିବା ଅ।ଠୋଟି ଖଣିର ମଧ୍ୟ ଲିଜ ନବୀକରଣ କରି ତାଙ୍କୁ ଉତ୍ପାଦନ ଚାଲୁରଖିବା ପାଇଁ ଅନୁମତି ଦେବାକୁ ସୁପାରିଶ କରିଛନ୍ତି।
ଓଡିଶା ଡଟ କମ

Exit mobile version