Site icon Odisha.com

ଗ୍ରୀଷ୍ମ ପ୍ରବାହ ଜାରି, ତାଳଚେରରେ ସର୍ବାଧିକ ୪୩.୨ ଡିଗ୍ରୀ

ଭୂବନେଶ୍ଵର, ଏପ୍ରିଲ 5 (ଓଡିଶା ଡଟକମ) ରାଜ୍ୟର ପଶ୍ଚିମ ଓଡିଶା ସମେତ ବିଭିନ୍ନ ସ୍ଥାନରେ ରବିବାର ଗ୍ରୀଷ୍ମ ପ୍ରବାହ ଜାରିରହିଥିବା ବେଳେ ଶିଳ୍ପ ଏବଂ କୋଇଲାଖଣି ପାଇଁ ପରିଚିତ ତାଳଚେରରେ ଦିନର ସର୍ବାଧିକ ୪୩.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ଅନ୍ୟ ଯେଉଁ ସହରରେ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ସେଗୁଡିକ ହେଲା ଭବାନୀପାଟଣା -୪୨.୨ ଡିଗ୍ରୀ, ଟିଟିଲାଗଡ-୪୨ ଡିଗ୍ରୀ, ବଲାଙ୍ଗିର ୪୧.୧ ଡିଗ୍ରୀ, ସମ୍ବଲପୁର ୪୧ ଡିଗ୍ରୀ,  ମାଲକାନଗିରି ୪୦.୪ ଡିଗ୍ରୀ, ଓ ଅନଗୁଳ ୪୧.୭ ଡିଗ୍ରୀ ।

ଯଦିଓ ଆସନ୍ତା ଦୁଇ ଦିନ ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷ ହେବାର ସମ୍ଭାବନା ରହିଛି, ରାଜ୍ୟର ଅନ୍ୟ ସ୍ଥାନରେ ପାଗ ଅ।ପ।ତତ ଶୁଖିଲା ରହିବା ବୋଲି ସ୍ଥାନୀୟ ପାଣିପାଗ କାର୍ଯ୍ୟ।ଳୟ ଏଠାରେ କହିଛି ।

ଓଡିଶା ଡଟକମ

Exit mobile version