Site icon Odisha.com

ନବୀନଙ୍କୁ ଯାଞ୍ଚ ଅନ୍ତର୍ଭୂକ୍ତ କରିବା ପାଇଁ ହୋଇଥିବା ଆବେଦନ ଖାରଜ

ନୂଆଦିଲ୍ଲୀ, ଏପ୍ରିଲ ୬ (ଓଡିଶା ଡଟକମ) ବହୁ ଚର୍ଚିତ ତଲାବିରା କୋଇଲା ଖଣି ଦୁର୍ନୀତିରେ ନବୀନ ପଟନାୟକଙ୍କୁ ଏକ ଅଭିଯୁକ୍ତ ଭାବେ ଅନ୍ତର୍ଭୂକ୍ତ କରିବାକୁ ଦାବିକରି ଜଣେ ବ୍ୟକ୍ତିଙ୍କ ଦ୍ଵାରା ରୁଜୁ କରାଯାଇଥିବା ଏକ ମାମଲାକୁ ସୁପ୍ରିମ କୋର୍ଟ ସୋମବାର ଖାରଜ କରିଦେଇଛନ୍ତି ।

ଜଷ୍ଟିସ ଭି ଗୋପାଳ ଗୌଡ ଓ ସି ନାଗପାନଙ୍କୁ ନେଇ ଗଠିତ ଖଣ୍ଡପୀଠ ମାର୍ଚ ୧୧ରେ ଦାଖଲ ହୋଇଥିବା ଏହି ମାମଲାକୁ ଖାରଜ କରିବା ସହ ଆବେଦନକାରୀ ପୂର୍ଣଚନ୍ଦ୍ର ସାହୁଙ୍କ ଉପରେ ଏକଲକ୍ଷ ଟଙ୍କାର ଜୋରିମାନା ଘୋଷଣା କରିଛନ୍ତି ।

ପଟନାୟକ ହିଣ୍ଡ।ଲକୋ ସପକ୍ଷରେ ଅନଗୁଳରେ ଥିବା ଏହି ଖଣି ସୁପାରିଶ କରି ଉକ୍ତ କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ଦର୍ଶାଇ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାପାଇଁସାହୁ ନିଜ ଆବେଦନରେ ଦର୍ଶାଇଥିଲେ ।

ଯେହେତୁ ଏହି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିରୁଦ୍ଧରେ ମକଦ୍ଦମା ଦାୟର କରାଯାଇଛି ପଟନାୟକଙ୍କ ବିରୁଦ୍ଧରେ ମଧ୍ୟ ସିବିଆଇ ଅନୁରୂପ ମାମଲା ଦାୟର କରିବାର ଆବଶ୍ୟକତା ରହିଛି ବୋଲି ସେ ଦର୍ଶାଇଥିଲେ । ଏହି ଖଣି ପାଇଁ ସୁପାରିଶ କରିଥିବାରୁ ପଟନାୟକ ମଧ୍ୟ ଏହି ମାମଲାରେ ସମଭାବରେ ଦାୟୀ , ସେ ଦର୍ଶାଇଥିଲେ।

ଏହି ଆବେଦନ ଗ୍ରହଣଯୋଗ୍ୟ ହେବକି ନାହି ସେ ସମ୍ପର୍କରେ ଶୁଣାଣି କରିବାକୁ ସୋମବାର କୋର୍ଟ ତିଥି ସ୍ଥିର କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟଯେ ଅଗଷ୍ଟ ୨୦୦୫ ରେ ପଟନାୟକ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେଖି ତଲାବିରା-୨ କୋଇଲା ଖଣି ହିଣ୍ଡ।ଲକୋକୁ ଦିଆଯିବା ପାଇଁ ପୁନର୍ବିଚାର କରିବାପାଇଁ କହିଥିଲେ ।

ଓଡିଶା ଡଟକମ

Exit mobile version