Site icon Odisha.com

ଆଠୋଟି ଯାକ ପୌରସଂସ୍ଥାରେ ବିଜେଡ଼ିର ବାଜିମାତ

ଭୁବନେଶ୍ଵର, ଏପ୍ରିଲ ୮ (ଓଡିଶା ଡଟ କମ) ରାଜ୍ୟରେ ମଙ୍ଗଳବାର ନିର୍ବାଚନ ଅନୁଷ୍ଠିତ ହୋଇଥିବା ଆଠୋଟି ଯାକ ପୌର ସଂସ୍ଥାରେ ଶାସକ ବିଜେଡି ଦଳ ବାଜିମାତ ହାସଲ କରିଛି ।

ବୁଧବାର ଭୋଟ ଗଣତିପରେ ଫଳାଫଳ ପ୍ରକାଶ ପାଇଥିବା ଏହି ତିନି ମ୍ୟୁନିସପାଲିଟି ଗୁଡିକହେଲା ସୁନାବେଡା, ବେଲପାହାଡ, ପାରାଦୀପ, ଓ ପାଞ୍ଚ ବିଜ୍ଞାପିତ ପରିଷଦ ହେଲା ରେଢାଖୋଲ, ତୁଷରା, ଦଶପଲ୍ଲା, ବାଲିମେଳା ଓ ଧର୍ମଗଡ ।

ନିର୍ବାଚନ ହୋଇଥିବା ମୋଟ ୧୨୯ ୱାର୍ଡ଼ରୁ ବିଜୁ ଜନତା ଦଳ ୧୦୩ ୱାର୍ଡ଼ ହାସଲ କରିଥିବା ବେଳେ ବିଜେପି ଓ କଂଗ୍ରେସକୁ ୧୨ ଓ ୧୧ ମିଳିଛି । ସ୍ଵାଧୀନ ପ୍ରାର୍ଥୀ ତିନୋଟି ୱାର୍ଡ଼ ହାସଲ କରିଛନ୍ତି ।

ଓଡିଶା ଡଟ କମ

Exit mobile version