Site icon Odisha.com

ଗ୍ରାମବାସୀଙ୍କ ବିରୋଧ ଯୋଗୁଁ କୋଇଲା ଉତ୍ପାଦନରେ ବାଧା

ଓଡିଶା ଡଟ କମ ସଂବାଦ ଦାତା

ତାଳଚେର, ଏପ୍ରିଲ ୧୦ (ଓଡିଶା ଡଟ କମ) ଚାକିରି ଓ ସ୍ଥାନୀୟ ସମସ୍ୟାର ସମାଧାନ ଦାବିକରି ଗ୍ରାମବାସୀମାନେ ଚଳାଇଥିବା ଆନ୍ଦୋଳନ ଯୋଗୁଁ ଗତ ବୁଧବାର ଠାରୁ ମହାନଦୀ କୋଲଫିଲଡର ତାଳଚେର କୋଇଲାଖଣି ଅଞ୍ଚଳରେ କୋଇଲା ଉତ୍ପାଦନ ଓ ପରିବହନରେ ବାଧା ସ୍ତୃଷ୍ଟି ହୋଇଛି।

ଖଣି ଦ୍ଵାରା ପ୍ରଭାବିତ ହୋଇଥିବା ଡେରା ଗ୍ରାମର ବାସିନ୍ଦା ରାସ୍ତା ଅବରୋଧ କରିବା ସହ ମହାନଦୀ କୋଲ ଫିଲଡ ର ସ୍ଥାନୀୟ କାର୍ଯ୍ୟ।ଳୟରେ ଭଙ୍ଗାରୁଜା କରିଛନ୍ତି । ଏହା ଫଳରେ ଜଗନ୍ନାଥ, ଭୁବନେଶ୍ଵରୀ ଓ ଅନନ୍ତ ଖଣିରେ ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଛି ।

କମ୍ପାନୀର ସ୍ଥାନୀୟ ଅଧିକାରୀ ଗ୍ରାମବାସୀ ମାନଙ୍କ ସହ ଏହାର ସମାଧାନ ପାଇଁ ଆଲୋଚନା ଜାରି ରଖିଥିବା ବେଳେ, ଯଦି ଆଗାମୀ କିଛିଦିନ ଏହିଭଳି ବିରୋଧ ଅବ୍ୟାହତ ରହେ ତେବେ ରାଜ୍ୟ ତଥା ରାଜ୍ୟ ବାହାରକୁ ବିଜୁଳି ଉତ୍ପାଦନକରୁଥିବା କମ୍ପାନୀ ମାନଙ୍କୁ କୋଇଲା ଯୋଗାଇବାରେ ସମସ୍ୟା ହୋଇପାରେ , ମହାନଦୀ କୋଲଫିଲଡର ର ଜଣେ ଅଧିକାରୀ ଓଡିଶା ଡଟ କମ କୁ କହିଛନ୍ତି ।

ପ୍ରଭାବିତ ହୋଇଥିବା ଏହି ଖଣିଗୁଡ଼ିକ ଗତ ଆର୍ଥିକ ବର୍ଷରେ ମହାନଦୀ କୋଲଫିଲଡ ଉତ୍ପାଦନ କରିଥିବା ସମୁଦାୟ ୧୨୧ ମିଲିୟନ କୋଇଲାର ୩୫ ଭାଗ ଯୋଗାଇ ଦେଇଥିଲା । ଗତ ତିନି ଦିନ ହେଲା ଏହି ଖଣିମାନଙ୍କର ଉତ୍ପାଦନ ଦୈନିକ ପ୍ରାୟ ପଚାଶ ପ୍ରତିଶତ ହ୍ରାସ ପାଇଛି ।

ଓଡିଶା ଡଟ କମ

Exit mobile version