Site icon Odisha.com

ରଙ୍ଗବତୀର ଗାୟକ ଜିତେନ୍ଦ୍ରିୟ, କ୍ରୀଷ୍ଣାଙ୍କୁ ଡକ୍ଟରେଟ ସମ୍ମାନ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଏପ୍ରିଲ ୧୦ (ଓଡିଶା ଡଟ କମ ) ସତୁରୀ ଦଶକରେ ସମ୍ବଲପୁରୀ ଗୀତ ରଙ୍ଗବତୀ ଓ ରଙ୍ଗବତୀ ରେ କଣ୍ଠଦାନ କରି ଲୋକପ୍ରିୟ ହୋଇଥିବା ଜିତେନ୍ଦ୍ରିୟ ହରିପାଲ ଓ କ୍ରୀଷ୍ଣା ପଟେଲଙ୍କୁ ଶୁକ୍ରବାର ଓଡିଶା ଇଉନିଭର୍ସିଟି ଅଫ କଲଚର ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରିଛି ।

ଭୁବନେଶ୍ଵରରେ ଆୟୋଜିତ ଇଉନିଭର୍ସିଟିର ଚତୁର୍ଥ ସମାବର୍ତ୍ତନ ଉତ୍ସବରେ ଏହି ପ୍ରସିଦ୍ଧ ଯୋଡିଙ୍କୁ ଏହି ସମ୍ମାନ ପ୍ରଦାନ କରା ଯାଇଛି ।

ଜିତେନ୍ଦ୍ରିୟ ଓ କ୍ରୀଷ୍ଣା ଗାଇଥିବା ଏହି ସମ୍ବଲପୁରୀ ଲୋକଗୀତ ୧୯୭୫ ମସିହାରେ ପ୍ରଥମେ ଆକାଶବାଣୀ ରେ ପ୍ରଚାରିତ ହୋଇଥିଲା। ପରବର୍ତୀ ସମୟରେ ଦେଶ ବିଦେଶର ଅନେକ ରେଡିଓ ଷ୍ଟେସନ ଏହାକୁ ପ୍ରସାରଣ କରିଥିଲେ ଓ ଏହି ଗୀତ ସାରା ବିଶ୍ଵରେ ଲୋକପ୍ରିୟ ହୋଇଥିଲା ।

ମିତ୍ରଭାନୁ ଗୌନ୍ତିଆଙ୍କ ଦ୍ଵାରା ଲିଖିତ ଏହି ଗୀତ ଏବେ ମଧ୍ୟ ବିବାହ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷଣ କରାଯାଇଥାଏ ।

ଓଡିଶା ଡଟ କମ

Exit mobile version